ରାଜ୍ୟରେ ଚିହ୍ନଟ ହେଲେ ୨୨୩୯ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

ରାଜ୍ୟରେ ଚିହ୍ନଟ ହେଲେ ୨୨୩୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୨୯ ଜିଲ୍ଲାରୁ ୨୨୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୮୨୩ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୪୬, ନୟାଗଡ଼ ଜିଲ୍ଲାରୁ ୧୪୭, ବାଲେଶ୍ୱରରୁ ୧୩୦, ରାୟଗଡ଼ାରୁ ୧୨୦, କଟକରୁ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩ରେ ପହଞ୍ଚିଥିବା ବେଳେ ୪୩,୭୭୯ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୨୦,୩୩୯ ଆକ୍ଟିଭ କେସ୍‌ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚି ଯାଇଛି।

The post ରାଜ୍ୟରେ ଚିହ୍ନଟ ହେଲେ ୨୨୩୯ କରୋନା ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/325OvNL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages