ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 8, 2020

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଏଥିରେ ଆଉ ୧୩ ଜଣଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚି ଯାଇଛି।

ଏହି ୧୩ ଜଣଙ୍କ ମଧ୍ୟରୁ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରେ। ଏଠାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୧ରେ ପହଞ୍ଚି ଯାଇଛି।

ଗଞ୍ଜାମର ୬ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତାଙ୍କୁ ୬୦ ବର୍ଷ ହୋଇଥିଲା। ସେହିପରି ଅନ୍ୟ ମୃତକମାନଙ୍କୁ ଯଥାକ୍ରମେ ୬୫, ୪୦, ୬୬, ୩୭ ଓ ୫୦ ବର୍ଷ ହୋଇଥିଲା। ୬୫ ବର୍ଷୀୟ ବୃଦ୍ଧଙ୍କର ଡାଇବେଟିସ୍ ସହିତ ଉଚ୍ଚ ରକ୍ତଚାପ ସମସ୍ୟା ଥିଲା। ସେହିପରି ୪୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ। ୩୭ ବର୍ଷୀୟ ଯୁବକ ଜଣଙ୍କ ଉଚ୍ଚ ରକ୍ତଚାପରେ ଓ ୫୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍‌ରେ ପୀଡ଼ିତ ଥିଲେ।


ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କରୋପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନାରେ ୨ ଜଣଙ୍କ ଜୀବନ ଯାଇଛି। ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର। ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଅନ୍ୟ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ତାଙ୍କୁ ୬୦ ବର୍ଷ ହୋଇଥିଲା। ତାଙ୍କର ବି ଉଚ୍ଚ ରକ୍ତଚାପ ଥିଲା।

କୋରାପୁଟରେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ସହିତ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉକ୍ତ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ଡାଇବେଟିସ୍ ହୋଇଥିଲା।

ସେହିପରି ବରଗଡ଼, ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ଯଥାକ୍ରମେ ୩୯, ୮୧ ଓ ୬୦ ବର୍ଷ ହୋଇଥିଲା। ଏହା ସହିତ ବରଗଡ଼ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଥିବା ବେଳେ ଉଭୟ ବାଲେଶ୍ୱର ଓ ନୟାଗଡ଼ରେ ୫କୁ ବୃଦ୍ଧି ପାଇଛି।

 

The post ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ appeared first on Odisha Reporter.



from Odisha Reporter https://ift.tt/3a7SSvf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages