କୋଭିଡ ଟେଷ୍ଟ କଲେନି ବୋଲି ମିଳିଲାନି ରାସନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

କୋଭିଡ ଟେଷ୍ଟ କଲେନି ବୋଲି ମିଳିଲାନି ରାସନ!

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): କୋଭିଡ ଟେଷ୍ଟ କଲେନି ବୋଲି ମିଳିଲାନି ରାସନ। ଏମିତି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଗୋପାଳପୁର ଶାସନ ପଞ୍ଚାୟତରୁ।

ଅଭିଯୋଗ ଅନୁଯାୟୀ, ଗୋପାଳପୁର ଶାସନ ଗ୍ରାମ ପଂଚାୟତରେ ରହିଛି ୧୮ ଟି ୱାର୍ଡ।୧୫ ଟି ୱାର୍ଡ ଲୋକେ ପୂର୍ବରୁ ରାସନ ସାମଗ୍ରୀ ପାଇସାରିଛନ୍ତି। ଗତକାଲି ସୋରିସବିଲି, ଲଷ୍ମୀପୁର, ଭି.କୋଟିବାଡି ଗ୍ରାମର ହିତାଧିକାରୀମାନେ ରାସନ ନେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଯାଇଥିଲେ ।

କିନ୍ତୁ ସେଠାରେ କୋଭିଡ ଟେଷ୍ଟ ନ କଲେ ରାସନ ମିଳିବନି ବୋଲି ସେମାନଙ୍କୁ କୁହାଯାଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି।

ଟୁଟୁ ପ୍ରଧାନ ଓ କୁମୁଦିନୀ ନାୟକ ନାମ୍ନୀ ୨ ହିତାଧିକାରୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି,  ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଯାଏଁ ନଖାଇ ନପିଇ ପଞ୍ଚାୟତ ଅଫିସ୍‌ ଆଗରେ ଜଗି ରହିଲୁ। ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ପଡ଼ିଥିବା କୋଭିଡ କ୍ୟାମ୍ପରେ ଟେଷ୍ଟ କରାଇ ରାସନ ନେଇ ଯିବାକୁ କୁହାଯାଇଥିଲା। ଶେଷରେ ମାତ୍ର ୮, ୧୦ ହିତାଧିକାରୀ ଟେଷ୍ଟ କରାଇ ଚାଉଳ ନେଇଥିବା ବେଳେ ଅନ୍ୟମାନେ ନିରାଶ ହୋଇ ୬ ଘଣ୍ଟା ପରେ ଖାଲି ହାତରେ ଫେରିଯାଇଥିଲେ।

ଅନ୍ୟପକ୍ଷେ ଏନେଇ ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ପଚାରିବାରୁ କୋଭିଡ୍‌ ଟେଷ୍ଟ କଲେ ଚାଉଳ ମିଳିବ ବୋଲି କିଛି ନିୟମ କରାଯାଇନାହିଁ। ସ୍ୱଇଚ୍ଛାରେ ଟେଷ୍ଟ କରାଇବାକୁ ଚାହୁଁଥିବା ଲୋକେ ନିଜ ଟେଷ୍ଟ କରାଇପାରିବେ। କିନ୍ତୁ ଟେଷ୍ଟ କରି ନିଜେ ସୁରକ୍ଷିତ ରହିବା ସହ ପରିବାରକୁ ସୁରକ୍ଷିତ ରଖିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଲୋକେ ରାସନ ନପାଇବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ସେ ଘଟଣାର ତଦନ୍ତ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓ ହିତାଧିକାରୀଙ୍କୁ ରାସନ ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

The post କୋଭିଡ ଟେଷ୍ଟ କଲେନି ବୋଲି ମିଳିଲାନି ରାସନ! appeared first on Odisha Reporter.



from Odisha Reporter https://ift.tt/32gTN9b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages