ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଦୈନନ୍ଦିନ ଜୀବନରେ ଆପଣଙ୍କୁ ଡାଏଟ୍ରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଏଥିପାଇଁ ଉଚ୍ଚ ରକ୍ତଚାପ ରୋଗୀ କେଉଁ ଜିନିଷ ଖାଇବା ଉଚିତ ଏହା ଜାଣିବା ନିହାତି ଆବଶ୍ୟକ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଉଚ୍ଚ ରକ୍ତଚାପ ଥିବା ରୋଗୀ ଅଁଳା ଖାଇବା ଉଚିତ ନୁହେଁ। କେବଳ ଅଁଳା ନୁହେଁ, ଏପରି ଅନ୍ୟ କେତେକ ଖାଦ୍ୟ ଅଛି, ଯାହାକୁ ଖାଇବା ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡ଼ିକ ବିଷୟରେ…
୧. ଅଁଳା
ଉଚ୍ଚ ରକ୍ତଚାପ ରୋଗୀ ଅଧିକ ମାତ୍ରାରେ ଅଁଳା ଖାଇଲେ କେବଳ ରକ୍ତଚାପ ବୃଦ୍ଧି ହୋଇନଥାଏ, ହାର୍ଟ ଆଟାକ୍ର ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏଥିପାଇଁ ଯଦି ଆପଣ ରକ୍ତଚାପ ସମସ୍ୟାରେ ପୀଡ଼ିତ ଅଛନ୍ତି, ଅଁଳାଠାରୁ ଦୂରେଇ ରୁହନ୍ତୁ।
୨. କଫି
ଯଦି ଆପଣ ପ୍ରତିଦିନ କଫି ପିଉଛନ୍ତି, ତେବେ ଆପଣଙ୍କର ରକ୍ତଚାପ ବୃଦ୍ଧି ହେବାର ଆଶଙ୍କା ରହିଛି। କଫିରେ ଥିବା କଫିନ୍ ତତ୍ତ୍ୱ ଆପଣଙ୍କ ଶରୀରରେ ରକ୍ତଚାପକୁ ବଢ଼ାଇଥାଏ।
୩. ଅଣ୍ଡାର କେଶର
ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ କିନ୍ତୁ ଏହାର କେଶର ଶରୀରରେ କୋଲେଷ୍ଟ୍ରଲର ବୃଦ୍ଧି କରିଥାଏ। କୋଲେଷ୍ଟ୍ରଲ ବୃଦ୍ଧି ହେଲେ ରକ୍ତଚାପ ମଧ୍ୟ ବୃଦ୍ଧି ହୋଇଥାଏ। ଏହାର କାରଣ ଅଣ୍ଡାର କେଶରରେ ଅଧିକ ମାତ୍ରାରେ ଫ୍ୟାଟ୍ ରହିଛି, ଯାହାଦ୍ୱାରା ଶରୀରର ଓଜନ ବୃଦ୍ଧି ହୋଇଥାଏ। ଏଥିପାଇଁ ଉଚ୍ଚ ରକ୍ତଚାପ ରୋଗୀ ଅଣ୍ଡାର କେଶର ଖାଇବାଠାରୁ ଦୂରେଇ ରୁହନ୍ତୁ। କେବଳ ଏହାର ଧଳା ଅଂଶକୁ ହିଁ ଖାଆନ୍ତୁ।
୪. ଅଧିକ ଲୁଣଯୁକ୍ତ ଖାଦ୍ୟ
ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଇଲେ ରକ୍ତଚାପରେ ବୃଦ୍ଧି ହୋଇଥାଏ। ତେଣୁ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ କମ୍ ଲୁଣ ଖାଆନ୍ତୁ। ଉଚ୍ଚ ରକ୍ତଚାପ ରୋଗୀ ଲୁଣିଆ ଖାଦ୍ୟ ଯେପରିକି ଆଚାର, ପାମ୍ପଡ଼, ମୁଡ୍କି ଏସବୁଠାରୁ ଦୂରେଇ ରୁହନ୍ତୁ। ଏଥିରେ ଅଧିକ ମାତ୍ରାରେ ତେଲ ଓ ଲୁଣ ଥିବାରୁ ଶରୀରକୁ କ୍ଷତି ପହଞ୍ଚିଥାଏ।
The post ଉଚ୍ଚ ରକ୍ତଚାପ ରୋଗୀ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ appeared first on Odisha Reporter.
from Odisha Reporter https://ift.tt/32ss997
No comments:
Post a Comment