ବର୍ଷାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପ୍ରଶଂସନୀୟ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ବର୍ଷାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପ୍ରଶଂସନୀୟ କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଆଜି ଜନ୍ମଦିନ। ୨୦୦୩ରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏ ଯୁଗର କୃଷ୍ଣ ସୁଦାମା’ ମାଧ୍ୟମରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ ବର୍ଷା। ଫିଲ୍ମଟି ହିଟ୍‌ ହୋଇଥିଲା। କେବଳ ଓଡ଼ିଆ ପିଲ୍ମ ନୁହେଁ, ବର୍ଷା କିଛି ବେଙ୍ଗଲି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଆଜି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନରେ ତାଙ୍କର କିଛି ପ୍ରଶଂସକ ଗରିବ ଲୋକଙ୍କୁ ଖାଇବାକୁ ଦେଇଛନ୍ତି।

କଟକ ଖାନ୍‌ନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଖାନ୍‌ନଗର ସାଇ ମନ୍ଦିର ପାଖରେ ରହୁଥିବା କିଛି ଗରିବ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ଦେଇଛନ୍ତି ତାଙ୍କର ଏହି ପ୍ରଶଂସକମାନେ। ଏଥିସହ ସେମାନେ ଗରିବ ଲୋକଙ୍କୁ ମାସ୍କ ମଧ୍ୟ ବାଣ୍ଟିଛନ୍ତି। ଆଉ ଏହାର ଭିଡିଓକୁ ସେମାନେ ସୋଶାଲ୍‌ ମିଡ଼ିଆରେ ଶେଆର କରିଛନ୍ତି। ବର୍ଷା ମଧ୍ୟ ଏମିତି ମହତ କାର୍ଯ୍ୟ ପାଇଁ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ଅନ୍ୟମାନଙ୍କୁ ସାହାଯ୍ୟ କରିବା ସମୟରେ ମଧ୍ୟ ଯେମିତି ନିଜେ ସୁରକ୍ଷିତ ରହିବେ, ତାହା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଦୂରତା ରଖିବାକୁ ବର୍ଷା ପ୍ରିୟଦର୍ଶନୀ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ‘କୁଇନ୍‌’, ‘ନିମ୍‌କି’, ‘ରୋମିଓ ଜୁଲିଏଟ୍‌’, ‘ଛାତି ତଳେ ଡିଙ୍ଗ ଡଙ୍ଗ୍’, ‘ଗୋଟେ ଶୁଆ ଗୋଟେ ଶାରି’, ‘ମେଣ୍ଟାଲ୍‌’, ‘ଗପ ହେଲେ ବି ସତ’, ‘ମ୍ୟାଟ୍ରିକ୍‌ ଫେଲ୍‌’, ‘ସମଥିଂ ସମଥିଂ’ ଆଦି ଫିଲ୍ମରେ କାମ କରିଛନ୍ତି ବର୍ଷା।

 

 

 

The post ବର୍ଷାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପ୍ରଶଂସନୀୟ କାମ appeared first on Odisha Reporter.



from Odisha Reporter https://ift.tt/2XFj6QO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages