ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଚାଷ କରିବା ମୋର ଜୀବିକା, ମୋର ଧର୍ମ। ୩ ଥର ବିଧାୟକ ହୋଇ ଲୋକଙ୍କ ସେବା କରିବା ସତ୍ତ୍ୱେ ଚାଷକୁ ମୁଁ ଛାଡ଼ି ପାରି ନାହିଁ। ବାପା, ଜେଜ ଅମଳରୁ ଛୋଟ ଥିବା ବେଳୁ ବିଲକୁ ଯାଇ ଚାଷ ଶିଖିଛି। ଆଜି ବି ହଳ ଲଙ୍ଗଳ ଧରି ବିଲକୁ ଯାଉଛି ଓ ରୁଆ ପୋତା କାମ କରୁଛି।”
କରୋନା ପାଇଁ ସଭା ସମିତି ସବୁ ବନ୍ଦ ଥିବା ବେଳେ ଅତି ଆବଶ୍ୟକ ନଥିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଏହି ସମୟରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଘରେ ବସି ସମୟ ନଷ୍ଟ ନ କରି ନିୟମିତ କ୍ଷେତକୁ ଯାଇ ଚାଷ କାମ କରୁଛନ୍ତି। କାରଣ ଚାଷ କାର୍ଯ୍ୟ ପାଇଁ ଅନୁମତି ରହିଛି। ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ମନୋହରଙ୍କ କାର୍ଯ୍ୟକୁ ଉପ-ରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଉପ-ରାଷ୍ଟ୍ରପତିଙ୍କ ପ୍ରଶଂସାପୂର୍ଣ୍ଣ ଟ୍ୱିଟ୍ ଉପରେ ମୁଖ୍ୟମନ୍ତ୍ରୀଙ୍କ ରିଟ୍ୱିଟ୍ କରି ଲେଖିଛନ୍ତି, ମନୋହର ରନ୍ଧାରୀ ଜମିରେ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଚାଷ କାମକୁ ସେ ଗର୍ବର ସହ କରିଛନ୍ତି।
ପ୍ରେରଣାଦାୟୀ !
ଓଡ଼ିଶାର ବିଧାୟକ ମନୋହର ରାନ୍ଧାରୀ ପ୍ରତି ବର୍ଷ ଦୁଇ ମାସ ତାଙ୍କ ଧାନ କ୍ଷେତରେ କାମ କରନ୍ତି।
ସେ କୁହନ୍ତି, ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଠାବୋଧ ପ୍ରକାଶ କରିବା ଅନୁଚିତ। https://t.co/YXzDWTVUGY
— Vice President of India (@VPSecretariat) August 18, 2020
ସକାଳ ହେଲେ ନିତ୍ୟକ୍ରମ ସାରି ସାଧାରଣ ଚାଷୀଟିଏ ପରି ଲୁଙ୍ଗି ପିନ୍ଧି ମୁଣ୍ଡରେ ଗାମୁଛା ବାନ୍ଧି କ୍ଷେତକୁ ବାହାରି ଯାଇଥାନ୍ତି ବିଧାୟକ ମନୋହର ରନ୍ଧାରୀ । ଅନ୍ୟ ଲୋକଙ୍କ ସହ ମିଶି ବିଲରେ କାମରେ ଲାଗି ପଡ଼ନ୍ତି। ଏବେ ଧାନ ରୋଇବା କାମ ଚାଲିଥିଲା ବେଳେ ବିଧାୟକ ଏହାର ଦେଖାଶୁଣା କରିବା ସହ ନିଜେ ମଧ୍ୟ ବିଲରେ ଲୋକଙ୍କ ସହ ମିଶି ଧାନ ରୋଇବା କାମ କରୁଛନ୍ତି।
Appreciate party MLA Manohar Randhari for leading by example with his commitment to agriculture and taking pride for his work in the agriculture field. https://t.co/ZwVoSNBcnr
— Naveen Patnaik (@Naveen_Odisha) August 19, 2020
ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, “ରାଜନୀତିରେ ଲୋକଙ୍କ ସେବା କରିବା ସହ ଚାଷ କାମ କରିବା ମୋ ଜୀବିକା। ମୋର ୨୫ଏକର ଜମି ରହିଛି। ବାପା ଜେଜେବାପା ଏହି ଚାଷ ଜମିରେ କାମ କରିଛନ୍ତି । ପିଲାବେଳୁ ମୁଁ ମଧ୍ୟ ଚାଷ କରି ଆସୁଛୁ। ଛୋଟ ବେଳେ ବାପା,ଜେଜେଠାରୁ ମୁଁ ଚାଷ କାମ ଶିଖିଛି। ପ୍ରତ୍ୟେକ ବର୍ଷ ମୁଁ ଚାଷ କରୁଛି।”
ଏହାସହ ଆଧୁନିକ ଜ୍ଞାନକୌଣଳକୁ ଉପଯୋଗ କରି ଚାଷ କାର୍ଯ୍ୟ କରିବାକୁ ଯୁବ ବର୍ଗଙ୍କୁ ବିଧାୟକ ମନୋହର ରନ୍ଧାରୀ ପରାମର୍ଶ ଦେଇଛନ୍ତି।
The post ଡାବୁଗାଁ ବିଧାୟକଙ୍କ କାମକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3gbUd5o
No comments:
Post a Comment