ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର l କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀପଠାରେ ଏକ ଖାଲରେ ଫସିଯାଇଛି କୁମ୍ଭୀର l

ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର l ଅଧାଖିଆ ଘୁଷୁରିକୁ ଛାଡି ଚାଲି ଯାଇଥିଲା। ଏହାପରେ  ଘୁଷୁରି ଜଗୁଆଳି ବିଭୁତି  ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାସ ବସାଇଥିଲେ l ସନ୍ଧ୍ୟାରେ ପୁଣି ଥରେ ମୃତ ଘୁଷୁରିକୁ ଖାଇବା ପାଇଁ ଆସିଥିଲା କୁମ୍ଭୀର । ହେଲେ  ଫେରିବା ବାଟକୁ ମାଟି ପକାଇ ଅବରୋଧ କରି ଦେଇଥିଲେ ଘୁଷୁରି ଜଗୁଆଳିଜଣଙ୍କ l

ପ୍ରାୟ ୪ ବର୍ଷ ହେବ ନଦୀର ଉକ୍ତ ସ୍ଥାନରୁ ମଇଁଷି,ଘୁଷୁରି,ଛେଳି ପ୍ରଭୃତି ଟାଣି ନେଇ କୁମ୍ଭୀର ଖାଇ ଦେଉଥିବା ଅଭିଯୋଗ ହେଉଥିଲା l ଗତବର୍ଷ ଅକ୍ଟୋବର ମାସରେ ଜଣେ ଗାଇ ଜଗୁଆଳି କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଥିଲେ।  କୁମ୍ଭୀର  ଧରା ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ତାହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଭିଡ ଜମିଛି l

The post ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର appeared first on Odisha Reporter.



from Odisha Reporter https://ift.tt/33sCXpV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages