ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆଜି ହେଉଛି ୫୨ତମ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ରାଜ୍ୟରୁ ରାଜନେତା, ତାଙ୍କ ସମର୍ଥକ ଏବଂ ଦିଲ୍ଲୀ ବାସିନ୍ଦା ତାଙ୍କୁ ସୋଶାଲ ମିଡିଆ ଜରିଆରେ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି। ଏହି କ୍ରମରେ କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେଜ୍ରିଓ୍ୱାଲଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।
କିଛି ସମୟ ପୂର୍ବରୁ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି କେଜ୍ରିଓ୍ୱାଲଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଦେଇଛନ୍ତି। ମୋଦି ଲେଖିଛନ୍ତି, “ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜୀଙ୍କୁ ଜନ୍ମଦିର ହାର୍ଦ୍ଦିକ ଶୁଭକାମନା। ତାଙ୍କର ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।”
ଅରବିନ୍ଦ କେଜ୍ରିଓ୍ୱାଲ ପ୍ରଧାନମନ୍ତ୍ରୀଙ୍କୁ ଏହାର ଉତ୍ତରରେ ଧନ୍ୟବାଦ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ କେଜ୍ରିଓ୍ୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହିପରି ଚାରିଆଡ଼ୁ କେଜ୍ରିଓ୍ୱାଲଙ୍କ ସମର୍ଥକ, ପ୍ରଶଂସକ ଏବଂ ଶୁଭଚିନ୍ତକମାନଙ୍କ ପକ୍ଷରୁ ତାଙ୍କ ଜନ୍ମଦିନ ଅବସରେ ଶୁଭକାମନାର ସୁଅ ଛୁଟୁଛି।
Birthday wishes to Delhi CM Shri @ArvindKejriwal Ji. Praying for his long and healthy life.
— Narendra Modi (@narendramodi) August 16, 2020
ସୂଚନାଯୋଗ୍ୟ, ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିଜର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୬୮ ଅଗଷ୍ଟ ୧୬ରେ ହରିୟାଣାର ହିସାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଗୋବିନ୍ଦ ରାମ କେଜ୍ରିଓ୍ୱାଲ ଏବଂ ମାତାଙ୍କ ନାମ ଗୀତା ଦେବୀ। ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀଙ୍କ ନାମ ସୁନିତା କେଜ୍ରିଓ୍ୱାଲ। ତେବେ ଆଜି ଅର୍ଥାତ୍ ନିଜର ଜନ୍ମଦିନ ନିରାଡମ୍ୱର ଭାବେ ପାଳନ କରିବାକୁ କେଜ୍ରିଓ୍ୱାଲ ନିଷ୍ପତ୍ତି ନେଇଛନ୍ତି।
The post କେଜ୍ରିଓ୍ୱାଲଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି appeared first on Odisha Reporter.
from Odisha Reporter https://ift.tt/34bbjOq
No comments:
Post a Comment