ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ସୁଖା ବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାରୁତି ଭ୍ୟାନ୍କୁ ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଓ ଜଣେ ମହିଳା ରହିଛନ୍ତି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି।
ମୃତକମାନେ ହେଲେ ହେମଲତା ପାତ୍ର ଓ ନରୋତ୍ତମ ପାତ୍ର (୧୩)।
ସୂଚନା ଅନୁଯାୟୀ, ଲମସି ଗାଁର ଜଣେ ବ୍ୟକ୍ତି ବିଷ ପିଇ ଦେଇଥିଲେ। ତାଙ୍କୁ ଏହି ମାରୁତି ଭ୍ୟାନ୍ରେ ଲହୁଣିପଡ଼ା ଡାକ୍ତରଖାନା ନିଆଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହେମଲତା ଓ ନରୋତ୍ତମଙ୍କ ମୃତ୍ୟୁ ଘଟିଥିଲା। ଲହୁଣିପଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା।
ଆହତମାନଙ୍କୁ ପ୍ରଥମେ ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉରକେଲାର ଆଇଜିଏଚ୍କୁ ପଠାଇ ଦିଆଯାଇଥିଲା।
ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍ଟି ଫେରାର ହୋଇଯାଇଥିଲା।
The post ବିଷ ପିଇଥିବା ବ୍ୟକ୍ତିଙ୍କୁ ନେଇ ଡାକ୍ତରଖାନା ଯାଉଥିଲା ମାରୁତି ଭ୍ୟାନ୍, ପିଟି ଦେଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/3ld5O7Y
No comments:
Post a Comment