କୋଣାର୍କ(ସଞ୍ଜୟ ପତି) : ପୁଲିସ୍ କର୍ମଚାରୀଙ୍କୁ ଅଟକ ରଖିବା ଘଟଣାରେ ୧୫ ମହିଳାଙ୍କ ସମେତ ବନ୍ଧା ହେଲେ ୨୨ ଜଣ । ଗତ ୬ତାରିଖରେ ଜଣେ ଅଭିଯୁକ୍ତକୁ ଧରିବାକୁ ଗୋପ ଥାନା ରେଢୁଆ ଗାଁ ଯାଇଥିଲା ପୁଲିସ୍। ମାତ୍ର ଅଭିଯୁକ୍ତଙ୍କୁ ନଛାଡ଼ି ୨ ଏସ୍ଆଇଙ୍କ ସମେତ ୧୦ ପୁଲିସ୍ କର୍ମଚାରୀଙ୍କୁ ୬ ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ।
ସୂଚନା ଅନୁଯାୟୀ, ଏକ ଚୋରି ଘଟଣାର ତଦନ୍ତ କରିବାକୁ ଗତ୬ ତାରିଖ ବିଳମ୍ବିତ ରାତିରେ ଗୋପ ଥାନା ପୁଲିସ୍ ରେଢୁଆ ଗ୍ରାମକୁ ଯାଇଥିଲା। ମାତ୍ର ତାହା ଏକ ମିଥ୍ୟା ଅଭିଯୋଗ ହୋଇଥିବା ବେଳେ ପୁଲିସ୍ କ’ଣ ପାଇଁ ଏତେ ରାତିରେ ଗାଁକୁ ଆସିଛି କହି ଉତ୍ତ୍ୟକ୍ତ ଲୋକେ ୨ଟି ପୁଲିସ୍ ଜିପ୍କୁ ଅଟକ ରଖିଥିଲେ। ଗାଁର ମହିଳାଙ୍କ ସମେତ ଶତାଧିକ ଲୋକେ ପୁଲିସ୍ର ଦୁଇଟି ଗାଡିକୁ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଥିଲେ।
ଖବର ପାଇ ପର ଦିନ ସକାଳୁ ନିମାପଡା ଏସଡିପିଓ ପ୍ରଦୀପ କୁମାର ଦଳେଇଙ୍କ ସମେତ କୋଣାର୍କ , ନିମାପଡା, କାକାଟପୁର ଥାନା ଆଇସି ଓ ଏକ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଡିପିଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଅଟକ ପୁଲିସ୍ କର୍ମଚାରୀଙ୍କୁ ଛାଡିଥିଲେ।
ଏହି ଘଟଣାରେ ପୁଲିସ୍ ମାମଲା ରୁଜୁ କରି ୨୨ଜଣଙ୍କୁ ଗିରଫ କରିଛି।
The post ପୁଲିସ୍ କର୍ମଚାରୀଙ୍କୁ ଅଟକ ରଖି ବନ୍ଧା ହେଲେ ୨୨ appeared first on Odisha Reporter.
from Odisha Reporter https://ift.tt/3fQrLWV
No comments:
Post a Comment