ରାଜ୍ୟରେ ଚିହ୍ନଟ ହେଲେ ୧୫୨୮ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 9, 2020

ରାଜ୍ୟରେ ଚିହ୍ନଟ ହେଲେ ୧୫୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ  ଆଉ ୧୫୨୮  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୪୮  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୫୮୦ଟି ହେଉଛି ଲୋକାଲ୍ କେସ୍‌।

୨୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ୧୫୨୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୩୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୮, ସମ୍ବଲପୁରରୁ ୧୬୮, ସୁନ୍ଦରଗଡ଼ରୁ ୧୨୬ ଓ ଢେଙ୍କାନାଳରୁ ୧୦୭ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି  କଟକରୁ ୭୨, ଭଦ୍ରକରୁ ୭୦, କୋରାପୁଟରୁ ୬୭, ବଲାଙ୍ଗିରରୁ ୫୯, ବାଲେଶ୍ୱରରୁ ୪୩ , ମାଲକାନଗିରି- ୩୮, ଯାଜପୁରରୁ  ୩୩, ନୟାଗଡ଼ରୁ ୩୨,ଗଜପତିରୁ  ୩୧, କଳାହାଣ୍ଡି, ୩୧, ରାୟଗଡ଼ାରୁ ୨୭, ପୁରୀରୁ ୨୬, ନବରଙ୍ଗପୁରରୁ ୨୩, ଜଗତସିଂହପୁର ୨୨, ମୟୂରଭଞ୍ଜରୁ ୨୨ ,କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୭ ଲେଖାଏଁ, ବରଗଡ଼ରୁ ୧୦,ଝାରସୁଗୁଡ଼ାରୁ ୯, ଅନୁଗୋଳରୁ ୮ ,ବୌଦ୍ଧରୁ ୭,  କେନ୍ଦୁଝର ଓ ସୋନପୁର ଜିଲ୍ଲାରୁ ୫ ଲେଖାଏଁ, ଓ  ନୂଆପଡ଼ା ଜିଲ୍ଲାରୁ  ୨ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଥିବା ବେଳେ ୩୧,୭୮୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫,୩୩୪ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଆଉ ୧୪ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧି ପାଇଛି। ସେହିଭଳି ଆହୁରି ୫୧ ଜଣ କରୋନା ଆକ୍ରାନ୍ତଙ୍କର ବି ମୃତ୍ୟୁ ଘଟିଛି। ତେବେ କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ଘଟିନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

The post ରାଜ୍ୟରେ ଚିହ୍ନଟ ହେଲେ ୧୫୨୮ କରୋନା ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/2DFnk3Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages