ସାର ପାଇଁ ଲ୍ୟାମ୍ପ ଗେଟ୍ ଭାଙ୍ଗି ଧସେଇ ପଶିଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

ସାର ପାଇଁ ଲ୍ୟାମ୍ପ ଗେଟ୍ ଭାଙ୍ଗି ଧସେଇ ପଶିଲେ ଚାଷୀ

ବଣାଇ (ରଞ୍ଜିତ ଚୌଧୁରୀ): ସାର ପାଇଁ ଲ୍ୟାମ୍ପର ଗେଟ୍ ଭାଙ୍ଗି ଧସେଇ ପଶିଲେ ଚାଷୀ। ଏହି ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲ୍ୟାମ୍ପରେ।

ସୂଚନା ଅନୁଯାୟୀ, ବଣାଇ ଉପଖଣ୍ଡରେ ୟୁରିଆ ସାରର ଅଭାବ ଦେଖା ଦେଇଛି। ତେଣୁ ସରକାରୀ ସାର୍ ଯେତେ ବେଳେ ଆସୁଛି ଚାଷୀମାନେ ନିଜ କାମ ଧନ୍ଦା ଛାଡ଼ି ଲ୍ୟାମ୍ପକୁ ଆସି ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଆଜି ବଣାଇ ଲ୍ୟାମ୍ପ  ଓ ଲହୁଣିପଡ଼ା ବ୍ଲକର ରାଜାମୁଣ୍ଡା RCMS ରେ ସାର ମିଳିବ ବୋଲି କୁହାଯାଇଥିଲା। ତେଣୁ ଚାଷୀମାନେ ଗତକାଲି ରାତିରୁ ବଣାଇ ଲ୍ୟାମ୍ପ ଆଗରେ ଲମ୍ୱା ଲାଇନ୍‌ କରି ଜଗି ରହିଥିଲେ। ଆଜି ସକାଳ ୧୦ଟାରେ ଲ୍ୟାମ୍ପ ଖୋଲିବା କ୍ଷଣି ଚାଷୀମାନେ ଗେଟ୍ ଭାଙ୍ଗି ଏହା ଭିତରକୁ ଧସେଇ ପଶିଥିଲେ।

ଅନ୍ୟପକ୍ଷରେ ଲ୍ୟାମ୍ପରୁ ଯେଉଁ ଚାଷୀ ଲୋନ୍‌ ନେବେ ସେମାନଙ୍କୁ ପ୍ରଥମେ ସାର ଦିଆଯିବ ବୋଲି ଜଣେ ଲ୍ୟାମ୍ପ ଅଧିକାରୀ କହିଛନ୍ତି। ତା’ପରେ ଅନ୍ୟ ଚାଷୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।

ଏନେଇ ଚାଷୀମାନେ କହିଛନ୍ତି ଯେ, ଯଦି ଲୋନ୍‌ ନେଇଥିବା ଚାଷୀଙ୍କୁ ସାର ଦିଆଯିବାର ଥିଲା, ତା’ହେଲେ ଅନ୍ୟ ଚାଷୀମାନଙ୍କୁ କ’ଣ ପାଇଁ ଡକାଯାଇଥିଲା।

 

The post ସାର ପାଇଁ ଲ୍ୟାମ୍ପ ଗେଟ୍ ଭାଙ୍ଗି ଧସେଇ ପଶିଲେ ଚାଷୀ appeared first on Odisha Reporter.



from Odisha Reporter https://ift.tt/311WuM9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages