‘ଗୋଟିଏ ପରିବାର ପାଇଁ ଯାହା ଦରକାର, ତାହା ଦେଶ ପାଇଁ ଦରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

‘ଗୋଟିଏ ପରିବାର ପାଇଁ ଯାହା ଦରକାର, ତାହା ଦେଶ ପାଇଁ ଦରକାର’

ନୂଆଦିଲ୍ଲୀ:  କରୋନା କଟକଣା ଭିତରେ ସାରା ଦେଶ ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଐତିହାସିକ ଲାଲକିଲ୍ଲାରେ  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି  ପତାକା ଉତ୍ତୋଳନ କରିଛନ୍ତି।  ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ସମ୍ବୋଧନ ପ୍ରାରମ୍ଭରେ ସେ ଦେଶର ସହିଦଙ୍କୁ ସମ୍ମାନ ଜଣାଇବା ସହ କରୋନା ଯୋଦ୍ଧାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ତା’ ସହିତ କରୋନା କଟକଣା ଯୋଗୁ ଉତ୍ସବକୁ ଛୋଟ ଛୋଟ ପିଲା ଆସିପାରି ନ ଥିବାରୁ ଦୁଃଖ ପ୍ରକାଶ କଲେ।

ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କ’ଣ ସବୁ କହିଲେଣି ପଢ଼ନ୍ତୁ

  • ୧୩୦ କୋଟି ଭାରତବାସୀ ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କଲେ।
  • ଆଗକୁ ବଢ଼ିବା ପାଇଁ ଆଜିର ଦିନରେ ସଂକଳ୍ପ ନେବାକୁ ପଡ଼ିବ।
  • ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କରୋନା ଲଢ଼େଇରେ ସଫଳ ହେବା।
  • ଦେଶର ପ୍ରତିଭା ଉପରେ ମୋର ଗଭୀର ଆତ୍ମବିଶ୍ୱାସ ରହିଛି।
  • ଗୋଟିଏ ପରିବାର ପାଇଁ ଯାହା ଦରକାର ତାହା ଦେଶ ପାଇଁ ଦରକାର ।
  • ଆମକୁ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ପଡ଼ିବ।
  • ଯିଏ ବି ଏପରି ଆସ୍ଫଳନ କରିବ ତାହାର କଡ଼ା ଜବାବ ଦିଆଯିବ।
  • ବିସ୍ତାରବାଦୀଙ୍କୁ ଆମେ ଆଗକୁ ବଢ଼ିବାକୁ ଦେବୁ ନାହିଁ ।
  • ବିବିଧତା ମଧ୍ୟରେ ଏକତା ହେଉଛି ଆମର ସଂସ୍କୃତି।
  • ଭାରତରେ ଯୁବଶକ୍ତି ଭରି ରହିଛି; ଏହା ଆମ ପାଇଁ ବଡ଼ ବିକଳ୍ପ।
  • ବିଶ୍ୱ ଇଣ୍ଟର କନେକ୍ସନ ଓ ଇଣ୍ଟର ଡିପେଣ୍ଡାନ୍ସ  ଉପରେ ନିର୍ଭରଶୀଳ।
  • ବିଶ୍ୱ ଶକ୍ତି ଉଜାଗର କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
  • ଦେଶବାସୀଙ୍କ ପେଟ ଭରିବା ପାଇଁ କୃଷକଙ୍କ ଭୂମିକା ଅତୁଳନୀୟ।
  • ସ୍ପେଶ ସେର ଓ ହେଲ୍‌ଥ ସେକ୍ଟରରେ ଭାରତ ଆତ୍ମନିର୍ଭର ହେଉଛି।
  • ଉଦ୍ୟୋଗ ଜଗତ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରୁଛି।
  • ପୁଣି ଥରେ ଲୋକାଲ ଫର ଭୋକାଲ ପାଇଁ ଆହ୍ୱାନ ଦେଲେ।
  • କରୋନା ଭିତରେ ବି ବିଶ୍ୱର ବଡ଼ବଡ଼ କମ୍ପାନୀ ଭାରତ ଆସିଛନ୍ତି।
  • ଭାରତ ଉପରେ ବିଶ୍ୱର ଅନ୍ୟ ବିଦେଶୀ ରାଷ୍ଟ୍ରର ବିଶ୍ୱାସ ବଢ଼ିଛି।
  • ଦେଶର ଅର୍ଥନୀତିର ସୁଧାର ପାଇଁ ସରକାର ପୂରା ଉଦ୍ୟମ କରୁଛନ୍ତି।
  • ଭିତ୍ତିଭୂମିର ବିକାଶ ପାଇଁ ୧୧୦ ଲକ୍ଷ କୋଟି ନିବେଶ ହୋଇଛି।
  • ଭିତ୍ତିଭୂମିର ବିକାଶ ପାଇଁ ୭ ହଜାର ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି।
  • ଅଟଳ ବିହାରୀ ବାଜପେୟୀଙ୍କ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା କଥା କହିଲେ।
  • ସ୍ୱର୍ଣ୍ଣ ଚତୁର୍ଭୁଜକୁ ସରକାର ପୂର୍ଣ୍ଣ କରିବାରେ ସଫଳ ହୋଇପାରିଛନ୍ତି।
  • କୋଟି କୋଟି ଗରିବ ପରିବାରକୁ ମାଗଣା ଗ୍ୟାସ ଦିଆଯାଇଛି।
  • ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଇଛି।
  • ୯୦ ହଜାର କୋଟି ଗରିବଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି।
  • ଦେଶର ବିକାଶରେ ମଧ୍ୟମ ବର୍ଗର ବିକାଶ ଜରୁରୀ।
  • କରୋନା ସ୍ଥିତିରେ ମଧ୍ୟମ ବର୍ଗଙ୍କ ବିକାଶ ପାଇଁ ସରକାର ଚିନ୍ତା କରିଛନ୍ତି।
  • ଏଥିପାଇଁ ବ୍ୟାଙ୍କ ଋଣ ଗ୍ରହୀତାଙ୍କ ଇଏମଆଇ କୋହଳ କରାଯାଇଛି।
  • ଦେଶର ବିକାଶରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସରକାର ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରଣୟନ କରିଛନ୍ତି।
  • ଏବେ କରୋନା ପାଇଁ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ କରାଯାଉଛି।
  • ୫ ବର୍ଷରେ ୫ ଲକ୍ଷ ପଞ୍ଚାୟତରେ ଅପ୍‌ଟିକାଲ୍ ଫାଇଭର ହୋଇଛି।
  • ଦେଶବାସୀଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ ଘୋଷଣା କଲେ।
  • ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ନୂଆ କ୍ରାନ୍ତି ଆଣିବ।
  • ପ୍ରତି ଭାରତୀୟଙ୍କୁ ହେଲ୍‌ଥ ଆଇଡି ଯୋଗାଇ ଦିଆଯିବ।
  • ସମସ୍ତେ ନିଜର ସ୍ୱାସ୍ଥ୍ୟ ସମ୍ପର୍କିତ ସବୁ ତଥ୍ୟ ହେଲ୍‌ଥ ଆଇଡିରୁ ପାଇପାରିବେ।
  • ଜମ୍ମୁ-କାଶ୍ମୀର ପୁର୍ନଗଠନ ପ୍ରକ୍ରିୟାକୁ ବର୍ଷେ ପୂରଣ ହୋଇଛି।
  • ଜମ୍ମୁ-କାଶ୍ମୀରରେ ଅଟକି ଯାଇଥିବା ବିକାଶ ସମ୍ଭବ ହୋଇଛି।
  • ଜମ୍ମୁ-କାଶ୍ମୀରରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି।
  • ଜମ୍ମୁ-କାଶ୍ମୀର ଜନସାଧାରଣ ମଧ୍ୟ ବିକାଶକୁ ସମର୍ଥନ କରୁଛନ୍ତି।
  • ଲଦାଖବାସୀଙ୍କ ସ୍ୱପ୍ନକୁ ମଧ୍ୟ ସରକାର ପୂରଣ କରିପାରିଛନ୍ତି।

The post ‘ଗୋଟିଏ ପରିବାର ପାଇଁ ଯାହା ଦରକାର, ତାହା ଦେଶ ପାଇଁ ଦରକାର’ appeared first on Odisha Reporter.



from Odisha Reporter https://ift.tt/2PTiK4F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages