ଅଗରତାଲା: ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ମାରି ବେଡ୍ ରୁମ୍ରେ ପୋତି ଦେଲେ। ତା’ପରେ ଥାନାକୁ ଯାଇ ଆତ୍ମସମର୍ପଣ କଲେ। ଘଟଣାଟି ଘଟିଛି ତ୍ରିପୁରାର ଧଲାଇ ଜିଲ୍ଲା ଗଣ୍ଡଚେରା ସବ୍ଡିଭିଜନ୍ର ଏକ ଗାଁରେ।
ଗୁରୁବାର ଅପରାହ୍ଣରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତ ବ୍ୟକ୍ତିଙ୍କ ନାଁ ସଞ୍ଜିତ ରିଅଙ୍ଗ। ତାଙ୍କୁ ୩୦ ବର୍ଷ ହୋଇଥିଲା। ତାଙ୍କ ସ୍ତ୍ରୀଙ୍କ ନାଁ ଭାରତୀ ରିଅଙ୍ଗ (୨୫)। ଅପରାହ୍ଣରେ ଭାରତୀ ସ୍ୱାମୀଙ୍କୁ ମାରିବା ପରେ ବେଡ୍ରୁମ୍ରେ ପୋତି ଦେଇଥିଲେ। ତେବେ ରାତିରେ ଥାନାକୁ ଯାଇ ସ୍ୱାମୀଙ୍କୁ ମାରି ଦେଇଥିବା କହିଥିଲେ।
ଏହା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସଞ୍ଜିତଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କୌଣସି ଭାରିବସ୍ତୁରେ ସଞ୍ଜିତ ମୁଣ୍ଡରେ ପ୍ରହାର କରାଯାଇଥିଲା। ଗତକାଲି ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପୁଲିସ୍ ରିପୋର୍ଟକୁ ଅପେକ୍ଷା କରିଛି।
ପ୍ରାଥମିକ ପଚରାଉଚରା ପରେ ଭାରତୀଙ୍କୁ ପୁଲିସ୍ ଗିରଫ କରିଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇପାରି ନଥିବା ପୁଲିସ୍ କହିଛି।
ଏହି ଦମ୍ପତିଙ୍କର ଏକ ୬ ବର୍ଷର ଝିଅ ମଧ୍ୟ ଅଛି।
The post ସ୍ୱାମୀକୁ ମାରି ବେଡ୍ରୁମ୍ରେ ପୋତିଦେଲା ସ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3gCx0JZ
No comments:
Post a Comment