ସୁଶାନ୍ତଙ୍କ ମା’ଙ୍କ ଫଟୋ ଶେଆର କରି ଏମିତି ଲେଖିଲେ ଅଙ୍କିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ସୁଶାନ୍ତଙ୍କ ମା’ଙ୍କ ଫଟୋ ଶେଆର କରି ଏମିତି ଲେଖିଲେ ଅଙ୍କିତା

ମୁମ୍ବାଇ: ଆଉ ଦିନ କେଇଟା ପରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ହୋଇଯିବ। ତାଙ୍କ ମୃତ୍ୟୁ ଉପରେ ଏଯାଏ ରହସ୍ୟ ହଟିନି। ଅନ୍ୟପକ୍ଷରେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ। ଆଉ ଏଭଳି ସ୍ଥିତିରେ ସୁଶାନ୍ତଙ୍କ ପରିବାର ସହିତ ଛିଡ଼ା ହୋଇଥିବା ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏକ ଇମୋସ୍‌ନାଲ୍‌ ପୋଷ୍ଟ କରିଛନ୍ତି। ସେ ସୁଶାନ୍ତ ସିଂହ ରାଜପୁତଙ୍କ ସ୍ୱର୍ଗତ ମାଆଙ୍କ ଫଟୋକୁ ଧରି ଛିଡ଼ା ହୋଇଥିବାର ଏକ ଏକ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଏହି ଫଟୋ ଶେଆର କରି ଅଙ୍କିତା କ୍ୟାପସନ୍‌ରେ ଲେଖିଛନ୍ତି, ବିଶ୍ୱାସ, ଆପଣ ଦୁଇ ଜଣ ଏକାଠି ଥିବେ। ଅଙ୍କିତାଙ୍କର ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ଢେର୍‌ କମେଣ୍ଟ କରିଛନ୍ତି। କିଛି ଲୋକ ଅଙ୍କିତା ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ଯେଉଁଭଳି ଢଙ୍ଗରେ ଆଗକୁ ଆସିଛନ୍ତି, ତାହା ନିଶ୍ଚୟ ଏକ ପ୍ରଶଂସନୀୟ କାମ। ଏମିତି ଝିଅଙ୍କ ସଂଖ୍ୟା କମ୍‌ ବୋଲି କିଛି ଲୋକ କମେଣ୍ଟ କରିଥିବା ବେଳେ ଆଉ କିଛି ଲୋକ ସୁଶାନ୍ତ ସିଂହ ରାଜପୁତ ଯଦିଓ ତାଙ୍କ ପାଖରେ ନାହାନ୍ତି ତଥାପି ସେ ତାଙ୍କ ସ୍ମୃତିକୁ ସବୁବେଳେ ମନରେ ସାଇତି ରଖନ୍ତୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

View this post on Instagram

Believe you both are together ❤️ #warriors4ssr

A post shared by Ankita Lokhande (@lokhandeankita) on

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମାଆ ଉଷା ସିଂହଙ୍କ ନିଧନ ୨୦୦୨ରେ ହୋଇଥିଲା। ତାଙ୍କ ମାଆଙ୍କ ନିଧନ ସମୟରେ ସୁଶାନ୍ତ ପୂରା ଭାଙ୍ଗିପଡ଼ିଥିଲେ। ସେତେବେଳକୁ ତାଙ୍କୁ ୧୬ ବର୍ଷ ହୋଇଥିଲା। ବଞ୍ଚିଥିବା ବେଳେ ସୁଶାନ୍ତ ଅନେକ ସମୟରେ ତାଙ୍କ ମା’ଙ୍କୁ ମନେ ପକାଇ ବିଭିନ୍ନ ପ୍ରକାର ପୋଷ୍ଟ କରୁଥିଲେ।

 

,

 

The post ସୁଶାନ୍ତଙ୍କ ମା’ଙ୍କ ଫଟୋ ଶେଆର କରି ଏମିତି ଲେଖିଲେ ଅଙ୍କିତା appeared first on Odisha Reporter.



from Odisha Reporter https://ift.tt/3koyQkS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages