ଲୁଚାଇଲେ ରିୟା, ଧରିଲା ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 9, 2020

ଲୁଚାଇଲେ ରିୟା, ଧରିଲା ଇଡି

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ୮ ଘଣ୍ଟା ଧରି ପଚରାଉଚରା କରିଥିଲା। ତେବେ ଏହି ସମୟରେ ରିୟା ତାଙ୍କ ଦ୍ୱିତୀୟ ମୋବାଇଲ୍‌ ନମ୍ୱର ବିଷୟରେ ଇଡିଙ୍କୁ ତଥ୍ୟ ଲୁଚାଇଥିବା କଥା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ଆଜି ପୁଣିଥରେ ଇଡି ରିୟାଙ୍କୁ ଜେରା କରିବ।

ଯାହା ସୂଚନା ମିଳିଛି, ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ତାଙ୍କର ମୋବାଇଲ୍ ଓ ଲ୍ୟାପ୍‌ଟପ୍ ଆଦି ଜମା କରିବାକୁ କହିଥିଲେ। ହେଲେ ସେ ଅନ୍ୟ ଏକ ନମ୍ୱର ବ୍ୟବହାର କରୁଥିବା କଥା ଇଡିଙ୍କୁ ଲୁଚାଇଥିଲେ। ଇଡି ତାଙ୍କୁ ସେହି ନମ୍ବରର କଲ୍‌ ଡିଟେଲ୍‌ସ ଦେଖାଇବା ପରେ ସେ ମାନି ଯାଇଥିଲେ। ଏବେ ଇଡି ରିୟାଙ୍କର ହିଡେନ୍ ଡାଟା ଡାଉନ୍‌ଲୋଡ୍‌ କରିବା ପାଇଁ ଚେଷ୍ଟା କରୁଛି।

ରିୟା ଶୁକ୍ରବାର ଇଡିର ଅଧିକାରୀମାନେ ପଚାରିଥିବା ଅନେକ ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଦେଇପାରିନଥିବା ଜଣାପଡ଼ିଛି। ଏମିତିକି ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ନେଇ ପଚରା ଯାଇଥିବା ପ୍ରଶ୍ନଗୁଡ଼ିକରେ ସେ ସ୍ପଷ୍ଟ ଓ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏହା ବାବଦରେ ରିୟା ଓ ସୁଶାନ୍ତଙ୍କ ଚାଟାର୍ଡ ଆକାଉଣ୍ଟଙ୍କ ଉତ୍ତର ଅଲଗା ରହିଛି।

ଇଡି ରିୟାଙ୍କ ଭାଇଙ୍କୁ ପଚରାଉଚରା କରିଥିବା ବେଳେ ତାଙ୍କ ବାପା ଓ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ମଧ୍ୟ ସମନ କରିଛି।

ସୂଚନା ଅନୁଯାୟୀ, ଶୌବିକ ଚକ୍ରବର୍ତ୍ତୀଙ୍କୁ ଇଡି ଶନିବାର ଡକାଇଥିଲା ଓ ୧୮ ଘଣ୍ଟା ଧରି ପଚରାଉଚରା କରିବା ପରେ ରବିବାର ସକାଳ ସାଢ଼େ ୬ଟାରେ ଛାଡ଼ିଥିଲା।

The post ଲୁଚାଇଲେ ରିୟା, ଧରିଲା ଇଡି appeared first on Odisha Reporter.



from Odisha Reporter https://ift.tt/3fDsD0M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages