ବିନିକା (ଦିଲ୍ଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଉର୍ଳେ ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ସୀତାରାମ ସେଠୀ। ତାଙ୍କୁ ୩୮ ବର୍ଷ ହୋଇଥିଲା।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ସୀତାରାମ ଖାଇ ସାରିବା ପରେ ଶୌଚ ପାଇଁ ବାହାରକୁ ଯାଇଥିଲେ। ହେଲେ ବଜ୍ରାଘାତରେ ସେ ତଳେ ପଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
The post ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/32l3cwo
No comments:
Post a Comment