ପିଟି ଦେଲା ଅଜଣା ଗାଡ଼ି; ଗର୍ଭବତୀ ମାଉସୀ ସହ ଆଖି ବୁଜିଲା ଝିଆରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

ପିଟି ଦେଲା ଅଜଣା ଗାଡ଼ି; ଗର୍ଭବତୀ ମାଉସୀ ସହ ଆଖି ବୁଜିଲା ଝିଆରୀ

ଆସିକା(ମନୋଜ ମୁନି): ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଲେ ଗର୍ଭବତୀ ମାଉସୀ ଓ ଝିଆରୀ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟି ନଡ଼ା ଫାଣ୍ଡି ଅଞ୍ଚଳରେ ଘଟିଛି।  ମୃତାଦ୍ୱୟ ହେଲେ ରଶ୍ମିତା ପରିଡା ଓ ତାଙ୍କ ଝିଆରୀ ଆଶା ରାଣୀ ଖଣ୍ଡୁଆଳ। ଏହି ଦୁର୍ଘଟଣାରୁ ରଶ୍ମିତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗର୍ଭବତୀ ରଶ୍ମିତା ନିଜ ଝିଆରୀ ଆଶାରାଣୀଙ୍କ ସହ ଆଜି ସକାଳେ  ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିଲେ। ଆସିକା ଓ କବି ସୂର୍ଯ୍ୟନଗର ମୁଖ୍ୟ ରାସ୍ତାର କେ. ଲଛମନପଲି ନିକଟ ମଶାଣି ପାଖ ରୋଡ ନିକଟରେ ଏକ ଗାଡ଼ି ପଛରୁ ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା।  ଘଟଣାସ୍ଥଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମୃତା ରଶ୍ମିତାଙ୍କ ୧୦ ବର୍ଷର ପୁଅ ରାଜା l

ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ସ୍ଥଳରେ ରଶ୍ମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆସିକା ମେଡିକାଲରେ ଝିଆରୀ ଆଶାରାଣୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଡ୍ରାଇଭରଙ୍କ ସମ୍ପର୍କରେ କିଛି ସୂଚନା ମିଳି ନାହିଁ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 

The post ପିଟି ଦେଲା ଅଜଣା ଗାଡ଼ି; ଗର୍ଭବତୀ ମାଉସୀ ସହ ଆଖି ବୁଜିଲା ଝିଆରୀ appeared first on Odisha Reporter.



from Odisha Reporter https://ift.tt/31FRPzS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages