ମୋଦି ସରକାରରେ ଓଡ଼ିଆ, ନବୀନ ସରକାରରେ ଅଣଓଡ଼ିଆଙ୍କୁ ଗୁରୁତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ମୋଦି ସରକାରରେ ଓଡ଼ିଆ, ନବୀନ ସରକାରରେ ଅଣଓଡ଼ିଆଙ୍କୁ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବଭାରତୀୟସ୍ତରରେ ଏବେ ଓଡ଼ିଆ ବେଶ୍ ପ୍ରଭାବଶାଳୀ। ଓଡ଼ିଶାରେ ଜନ୍ମିତ ପ୍ରଶାସକମାନେ ଏବେ ଦେଶର ଶୀର୍ଷସ୍ତରର ଏଜେନ୍ସୀଗୁଡ଼ିକର ମୁଖ୍ୟ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରଠୁ ଜାତୀୟସ୍ତରରେ ଓଡ଼ିଆଙ୍କ ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଓଡ଼ିଶା ପାଇଁ ଗର୍ବର ବିଷୟ। କିନ୍ତୁ ଓଡ଼ିଶାରେ ଓଲଟା ବା’ ବୋହିବା ଭଳି ନିଜ ଲୋକଙ୍କ ତୁଳନାରେ ଅଣଓଡ଼ିଆ ଅଫିସରଙ୍କୁ ମାତ୍ରାଧିକ ଗୁରୁତ୍ୱ ଦିଆଯାଉଛି। ଯେଉଁମାନେ କି ଏବେ ଓଡ଼ିଶାର ଭାଗ୍ୟବିଧାତା ସାଜୁଥିବା ଚର୍ଚ୍ଚା ହେଉଛି।

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାସୀନ ହେବାପରଠୁ କ୍ରମାଗତ ଭାବେ ଓଡ଼ିଆଙ୍କ ପ୍ରଭାବ ସର୍ବଭାରତୀୟସ୍ତରରେ ଅନୁଭୂତ ହୋଇଛି। ମୟୂରଭଞ୍ଜର ପୁଅ ତଥା ଅବସରପ୍ରାପ୍ତ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦେଶର ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ଭାବେ ନିଯୁକ୍ତି ମିଳିବା ପରେ ଓଡ଼ିଶା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ଓଡ଼ିଆ ପୁଅ ତଥା ଆଇଏଏସ୍ ପିକେ ମିଶ୍ର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ସଚିବ ଥିବାବେଳେ ଅବସରପ୍ରାପ୍ତ ଆଇଏଏସ୍ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣପାଗ ବିଭାଗ ମହାନିର୍ଦ୍ଦେଶକ, ସତ୍ୟନାରାୟଣ ପ୍ରଧାନ ଏନଡିଏଆରଏଫ୍ ଡିଜି ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ମୋଦି ସରକାରରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ୨୦୧୮ ଜୁଲାଇ ମାସରେ ଏକକାଳୀନ ଦୁଇଜଣ ବିଶିଷ୍ଟ ଓଡ଼ିଆ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହଙ୍କୁ ରାଜ୍ୟସଭାକୁ ମନୋନୀତ ସଦସ୍ୟ ଭାବେ ଚୟନ କରିଥିଲେ। ତା’ପୂର୍ବରୁ ଆଦିବାସୀ ନେତ୍ରୀ ଦୌପଦ୍ରୀ ମୁୁର୍ମୁଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଓ ପରବର୍ତ୍ତୀ ସମୟରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ମୋଦି ସରକାର ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ସରକାରରେ ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ବେଶ୍ ଅଧିକ ଥିବାବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେପି ସଂଗଠନରେ ଜାତୀୟସ୍ତରରେ ନିଜର ଗୁରୁତ୍ୱ ପ୍ରତିପାଦନ କରିପାରିଛନ୍ତି। କେବଳ ସେତିକି ନୁହେଁ ଗତ ୬ବର୍ଷ ମଧ୍ୟରେ ଓଡ଼ିଶା କେନ୍ଦ୍ରର ମୋଦି ସରକାରଙ୍କ ଫୋକସରେ ରହିଛି। ବିଭିନ୍ନ କ୍ଷେତ୍ରରେ ଆର୍ଥିକ ଅନୁଦାନଠୁ ଆରମ୍ଭ କରି ବିପର୍ଯ୍ୟୟ ସମୟରେ ସହାୟତା ଦେବାରେ ମୋଦି ସରକାର ଓଡ଼ିଶାକୁ ଅଗ୍ରାଧିକାର ଦେଇଆସୁଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ଓଡ଼ିଶାର ପ୍ରଶାସନିକ ଅଫିସରମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗୁରୁତ୍ୱହୀନ କରାଯାଉଥିବାବେଳେ ଅଣଓଡ଼ିଆ ଅଫିସରମାନେ ମାତ୍ରାଧିକ ଗୁରୁତ୍ୱ ପାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ବିନା ଇଙ୍ଗିତରେ ରାଜ୍ୟ ପ୍ରଶାସନରେ ପତ୍ର ହଲୁନଥିବାବେଳେ ଅବସରପରେ ମଧ୍ୟ ଆଇଏଏସ୍ ତଥା ତାମିଲନାଡ଼ୁର ଆର. ବାଲକ୍ରିଷ୍ଣନଙ୍କୁ ସିଏମଓର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଭିକେ ପାଣ୍ଡିଆନ୍ ଏବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ଉଭା ହୋଇଛନ୍ତି। ଉଭୟ ସରକାର ଓ ଶାସକ ବିଜେଡିରେ ତାଙ୍କ ଇଙ୍ଗିତରେ କୌଣସି କାର୍ଯ୍ୟ ହେଉନଥିବା ଚର୍ଚ୍ଚା ହୁଏ। ସେହିପରି ଶ୍ରୀ ପାଣ୍ଡିଆନ ନିଜର କୋରଟିମରେ ଆଇପିଏସ୍ ଡିଏସ୍ କୁଟ୍ଟେ, ଆଇଏଏସ୍ କ୍ରିଷ୍ଣନ କୁମାର, ଭିନିଲ କ୍ରିଷ୍ଣା, ହେମନ୍ତ ଶର୍ମା, ଅନୁ ଗର୍ଗ, ସଞ୍ଜିବ ଚୋପ୍ରା, ଦେଓରଞ୍ଜନ ସିଂ, ସଞ୍ଜୟ ସିଂ, ଜିଭି ମାଥିଭାଥାନନ୍ ଓ ବିଶାଳ ଦେବଙ୍କ ଭଳି ଅଣଓଡ଼ିଆ ଅଫିସରଙ୍କୁ ସାମିଲ କରିଛନ୍ତି। ଆଉ ଏହି ଅଫିସରମାନେ ହିଁ ଏବେ ରାଜ୍ୟ ପ୍ରଶାସନର ସର୍ବେସର୍ବା ସାଜିଥିବା ତଥା ସୁପର ମିନିଷ୍ଟର ଭଳି କାର୍ଯ୍ୟ କରୁଥିବା ପ୍ରଶାସନିକ ମହଲରେ ଚର୍ଚ୍ଚା ହେଉଛି।

The post ମୋଦି ସରକାରରେ ଓଡ଼ିଆ, ନବୀନ ସରକାରରେ ଅଣଓଡ଼ିଆଙ୍କୁ ଗୁରୁତ୍ୱ appeared first on Odisha Reporter.



from Odisha Reporter https://ift.tt/3fERm4S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages