୩୫ ବର୍ଷ ପରେ ଆଜି ସେହି ହାତ ନାହିଁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ନୂଆଦିଲ୍ଲୀ: “୩୫ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ଏମିତି ଘଟିଛି। ଦୀପ ଅଛି। ହଳଦୀ-ଚନ୍ଦନ ଅଛି। ମିଠା ବି ଅଛି। ରାକ୍ଷୀ ବି ଅଛି। କିନ୍ତୁ ସେ ନାହିଁ, ଯାହାକୁ ମୁଁ ବନ୍ଦାପନା କରିପାରିବି। ସେହି କପାଳ ନାହିଁ, ଯାହାକୁ ମୁଁ ଟିକାରେ ସଜେଇ ପାରିବି। ସେହି ହାତ ନାହିଁ, ଯେଉଁଥିରେ ରାକ୍ଷୀ ବାନ୍ଧି ପାରିବି। ସେହି ପାଟି ନାହିଁ, ଯେଉଁଥିରେ ମିଠା ଖୁଆଇ ପାରିବି। ସେହି ମଥା ନାହିଁ, ଯେଉଁଥିରେ ମୁଁ ଚମା ଦେଇପାରିବି। ସେ ଭାଇ ନାହିଁ, ଯାହାକୁ କୋଳେଇ ନେବି।

ବହୁ ବର୍ଷ ତଳେ ଯେତେବେଳେ ତୁମେ ଆସିଥିଲ ଜୀବନ ଉଜ୍ଜ୍ୱଳ ହୋଇ ଉଠିଥିଲା। ଯେତେବେଳେ ଥିଲ ସେତେବେଳେ ଖାଲି ଆଲୋକ ହିଁ ଆଲୋକ ଥିଲା। ଆଜି ଯେତେବେଳେ ତୁମେ ନାହଁ, ବୁଝି ପାରୁନି କ’ଣ କରିବି? ତୁମ ବିନା ମୋତେ ବଞ୍ଚି ଆସିନି। କେବେ ଭାବି ନଥିଲି ଏମିତି ବି ହେବ। ଏହି ଦିନ ଥିବ, କିନ୍ତୁ ତୁମେ ନ ଥିବ। ବହୁ ଜିନିଷ ଆମେ ସାଙ୍ଗ ହୋଇ ଶିଖିଛେ। କିନ୍ତୁ ତୁମ ବିନା ଏକୁଟିଆ ରହିବା କେମିତି ଶିଖିବି। ତୁମେ ହିଁ କୁହ।”

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇ ତାଙ୍କ ଉଦ୍ଦେଶ୍ୟରେ ତାଙ୍କର ଜଣେ ଭଉଣୀ (ରାଣୀ) ଏମିତି ଏକ ଚିଠିଟି ଲେଖିଛନ୍ତି।

ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟ କହୁଛି। ତେବେ ଏଥିରେ ଅନେକଙ୍କ ସନ୍ଦେହ ହେଉଛି। ତାଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ତଦନ୍ତ ଚାଲିଛି। ଏଯାବତ୍ ମୁମ୍ବାଇ ପୁଲିସ୍ କରିଥିବା ତଦନ୍ତକୁ ଅନେକ ଲୋକ ଗ୍ରହଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ବିହାରରେ ମାମଲା ରୁଜୁ ହୋଇଛି। ତାଙ୍କ ନାଁରେ ଅନେକ ସାଂଘାତିକ ଅଭିଯୋଗ ଆସିଛି। ସୁଶାନ୍ତଙ୍କ ଟଙ୍କା ହଡ଼ପ କରିବା, ତାଙ୍କ ଉପରେ ଚାପ ପକାଇବା ଓ ଔଷଧର ମାତ୍ରାଧିକ ଡୋଜ୍ ଖାଇବାକୁ ଦେବା ଭଳି ଅନେକ ଅଭିଯୋଗ ଆସିଛି। ଏ ଦିଗରେ ବିହାର ପୁଲିସ୍ ତଦନ୍ତ ଚଲାଇଛି। ତେବେ ତଦନ୍ତ ନେଇ ମୁମ୍ବାଇ ଓ ବିହାର ପୁଲିସ୍‌ର ମୁହାଁମୁହିଁ ଅବସ୍ଥା ଉତ୍ପନ୍ନ ହୋଇଥିବା ହେତୁ ଏହାର ସିବିଆଇ ତଦନ୍ତ ପାଇଁ ପୁଣି ଦାବି ଜୋର ଧରିଛି।

The post ୩୫ ବର୍ଷ ପରେ ଆଜି ସେହି ହାତ ନାହିଁ… appeared first on Odisha Reporter.



from Odisha Reporter https://ift.tt/3jYWHau

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages