ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 29, 2020

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଲା

ନୂଆଦିଲ୍ଲୀ:ଭାରତ ସମେତ ବିଶ୍ୱର ୧୮୦ରୁ ଉର୍ଦ୍ଧ୍ୱ ଦେଶରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିଚାଲିଛି। ବର୍ତ୍ତମାନ ସୁଦ୍ଧା ୨.୪୯କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଏହି ବିଶ୍ୱ ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁ ଏଯାବତ ୮.୪୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି।

କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ବଢ଼ି ଚାଲିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଲାଣି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ସକାଳ ସୁଦ୍ଧା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୪୨,୭୩୩ ରହିଛି। ଗତ ୨୪ ଘଣ୍ଟାରେ ଅର୍ଥାତ୍ ଶନିବାର ସକାଳ ୮ଟାରୁ ରବିବାର ସକାଳ ୮ ସୁଦ୍ଧା ୭୮,୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଏହା ହେଉଛି ସର୍ବାଧିକ ସଂଖ୍ୟା।

୨୪ ଘଣ୍ଟାରେ ଦେଶରେ ୯୪୮ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୩,୪୯୮ରେ ପହଞ୍ଚିଛି। ତେବେ ୨୭,୧୩,୯୩୩ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ରିକଭରୀ ରେଟ୍ ବା ସୁସ୍ଥ ହାର ୭୬.୬ ପ୍ରତିଶତ ରହିଛି। ପଜିଟିଭିଟି ରେଟ୍ ୭.୪୬ ପ୍ରତିଶତ ରହିଛି। ଅଗଷ୍ଟ ୨୯ରେ ୧୦,୫୫,୦୨୭ ନମୁନା ଟେଷ୍ଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪,୧୪,୬୧,୬୩୬ ନମୁନା ପରୀକ୍ଷଣ ସରିଲାଣି।

The post ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଲା appeared first on Odisha Reporter.



from Odisha Reporter https://ift.tt/2EwipmB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages