ଏଫ୍‌ଆଇଆର୍‌ ଦେବାକୁ ଅମଙ୍ଗ ଥିଲେ ସୁଶାନ୍ତଙ୍କ ପରିବାର ଲୋକେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ଏଫ୍‌ଆଇଆର୍‌ ଦେବାକୁ ଅମଙ୍ଗ ଥିଲେ ସୁଶାନ୍ତଙ୍କ ପରିବାର ଲୋକେ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା ପାଟଣାର ଏକ ଥାନାରେ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୬ ଜଣଙ୍କ ନାଁରେ ଏତଲା ଦେବା ପରଠାରୁ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ତଦନ୍ତ ପ୍ରକ୍ରିୟାକୁ ନେଇ ସମସ୍ତଙ୍କ ଟାର୍ଗେଟ୍‌ରେ ଥିବା ମୁମ୍ବାଇ ପୁଲିସ୍ କହିଛି ଯେ ସୁଶାନ୍ତଙ୍କ ପରିବାର ଲୋକେ ଏଫ୍‌ଆଇଆର୍‌ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ।

ଏ ସଂପର୍କରେ ସୂଚନା ଦେଇ ମୁମ୍ବାଇ ପୁଲିସ୍ କମିଶନର କହିଛନ୍ତି, ଜୁନ୍ ୧୬ ତାରିଖରେ ସୁଶାନ୍ତଙ୍କ ବାପା, ତିନି ଭଉଣୀ ଓ ଭିଣୋଇ ଓ.ପି ସିଂହ (ହରିଆଣାର ଏଡିଜି ରାଙ୍କର ପୁଲିସ୍‌ ଅଫିସର)ଙ୍କ ବୟାନ ରେକର୍ଡ କରାଯାଇଥିଲା। ସେ ସମୟରେ ନା ସେମାନେ କାହା ଉପରେ କୌଣସି ପ୍ରକାର ସନ୍ଦେହ କରିଥିଲେ ନା ତଦନ୍ତରେ କୌଣସି ପ୍ରକାର ଅବହେଳା କରାଯାଉଥିବା ଅଭିଯୋଗ କରିଥିଲେ। ଏହା ପରେ ଜୁନ୍ ମାସ ଶେଷ ଆଡ଼କୁ ସେମାନେ ଯୁଗ୍ମ-କମିଶନରଙ୍କୁ ମଧ୍ୟ ଭେଟିଥିଲେ। କିନ୍ତୁ ସେତେବେଳେ ବି ଏଫ୍‌ଆଇଆର୍ ଦେବା ପାଇଁ କୌଣସି ଆଗ୍ରହ ଦେଖାଇ ନଥିଲେ। ପରେ ଆମ ତରଫରୁ ବାରମ୍ବାର ସେମାନଙ୍କ ବୟାନ ପୁନଃ ରେକର୍ଡ ପାଇଁ କୁହାଯାଇଥିଲା। କିନ୍ତୁ ସେମାନେ ବିଭିନ୍ନ କାରଣ ଦେଖାଇ ଏଡ଼ାଇ ଯାଉଥିଲେ।

ସେହିଭଳି ମୁମ୍ବାଇ ପୁଲିସ୍‌ର ମୁଖପାତ୍ର ଡିସିପି ଶାହାଜି ଉମାପ କହିଛନ୍ତି, ତତ୍‌କାଳୀନ ଡିସିପି (ଜୋନ୍-୧୧)ଙ୍କ ନିକଟକୁ ସୁଶାନ୍ତଙ୍କ ଭିଣୋଇ ଓ.ପି ସିଂହ ଏକ ହ୍ୱାଟ୍‌ସଆପ୍ ମେସେଜ୍ ପଠାଇଥିଲେ, ଯେଉଁଥିରେ ସେ ଏହି ଘଟଣାର ତଦାରଖ କରିବା ପାଇଁ କହିଥିଲେ। ଏହା ପରେ ଡିସିପି ତାଙ୍କୁ ଏକ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲେ, ଯାହା କୌଣସି ପ୍ରକାର ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ହୋଇଥାଏ। ତେବେ ଓ.ପି ସିଂହ ଅଣ-ଆନୁଷ୍ଠାନିକ ଭାବେ ଏହାର ସମାଧାନ କରିବା ପାଇଁ ଚାହୁଁଥିଲେ। କିନ୍ତୁ ତାହା ସମ୍ଭବ ନଥିଲା।

ଗତକାଲି ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ଗତ ଫେବ୍ରୁଆରୀ ମାସ ୨୫ ତାରିଖରେ ତାଙ୍କ ପରିବାର ପକ୍ଷରୁ ମୁମ୍ବାଇର ବାନ୍ଦ୍ରା ପୁଲିସ୍ ନିକଟରେ ଏକ ଅଭିଯୋଗ କରାଯାଇଥିଲା। ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ପୁଲିସ୍‌କୁ କୁହାଯାଇଥିଲା। ତେବେ ସେମାନେ କିଛି ପଦକ୍ଷେପ ଗ୍ରହଣ କରି ନଥିଲେ। କିନ୍ତୁ ମୁମ୍ବାଇ ପୁଲିସ୍ ଏକଥାକୁ ଅସ୍ୱୀକାର କରିଛି।

 

The post ଏଫ୍‌ଆଇଆର୍‌ ଦେବାକୁ ଅମଙ୍ଗ ଥିଲେ ସୁଶାନ୍ତଙ୍କ ପରିବାର ଲୋକେ! appeared first on Odisha Reporter.



from Odisha Reporter https://ift.tt/2BTyi4W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages