ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଲ କାମରେ ବାହାରକୁ ଗଲେ ଦହି ଓ ଚିନି ଖାଇବା ଶୁଭ ବୋଲି କୁହାଯାଏ। ସେହିପରି ଦହିରେ ଚିନି ମିଶାଇ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଫାଇଦା ମିଳେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହନ୍ତି।
ଦହିକୁ ସୁପରଫୁଡ୍ ବୋଲି ମଧ୍ୟ କୁହାଯାଇଥାଏ। ଏଥିରେ କ୍ୟାଲସିୟମ୍, ଭିଟାମିନ୍ ବି୨, ଭିଟାମିନ୍ ବି ୧୨, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ଭଳି ଭିଟାମିନ୍ ରହିଛି। ଗରମ ଦିନରେ ଦହିରେ ଚିନି ମିଶାଇ ଖାଇ ବାହାରକୁ ବାହାରିଲେ ଶରୀରକୁ ଆବଶ୍ୟକ ମାତ୍ରାର ଗ୍ଲୁକୋଜ ମିଳିଥାଏ ଓ ଏନର୍ଜି ଉତ୍ପନ୍ନ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ସକାଳ ଜଳଖିଆରେ ଦହି ଓ ଚିନି ଖାଇଲେ କ’ଣ ସବୁ ଫାଇଦା ମିଳିଥାଏ।
୧. ଦହି ପାଚନ କ୍ରିୟାକୁ ମଜବୁତ୍ କରିଥାଏ। ତେଣୁ ଏହାକୁ ଖାଇଲେ ଶରୀରରେ ଭଲ ବ୍ୟାକ୍ଟେରିଆ ସୃଷ୍ଟି ହେବା ସହ ଇମ୍ୟୁନିଟି ପାୱାର ବଢ଼ିଥାଏ।
୨. ସକାଳ ଜଳଖିଆରେ ଦହି, ଚିନି ଖାଇଲେ ପେଟ ଥଣ୍ଡା ରହିଥାଏ। ଆୟୁର୍ବେଦ ଅନୁସାରେ ସକାଳେ ଦହି, ଚିନି ଖାଇଲେ ପିତ୍ତ ଦୋଷ କମ୍ ହୋଇଥାଏ।
୩. ଦହି, ଚିନି ଖାଇଲେ ସାଇଷ୍ଟିସିସ୍ ଓ ୟୁଟିଆଇ ପରି ଶାରୀରିକ ସମସ୍ୟା ଦୂର ହୋଇଥାଏ। ଦହି ମୂତ୍ରାଶୟକୁ ଥଣ୍ଡା ରଖିଥାଏ। ଯେଉଁମାନେ କମ୍ ପାଣି ପିଉଛନ୍ତି, ସେମାନେ ଦହି ନିଶ୍ଚିନ୍ତ ଖାଆନ୍ତୁ। ଏଥିରେ ଥିବା ଭିଟାମିନ୍ ସି, ଫୋଲେଟ୍, ଭିଟାମିନ୍ ବି, ଭିଟାମିନ୍ ଏ, ଭିଟାମିନ୍ ଇ, ଭିଟାମିନ୍ ବି ୧୨, କୋରେଟିନାଇଡ୍ ଓ ପାଇରିଡୋକ୍ସିନ୍ ଭିଟାମିନ୍ ଆପଣଙ୍କୁ ଫିଟ୍ ରଖିଥାଏ।
୪. ଦହି ଓ ଚିନିରୁ ମିଳୁଥିବା ଗ୍ଲୁକୋଜ୍ ଆପଣଙ୍କ ଶରୀର ଓ ମସ୍ତିଷ୍କକୁ ଖୁବ୍ଶୀଘ୍ର ଶକ୍ତି ପ୍ରଦାନ କରିଥାଏ। ତେଣୁ ଦହି ଓ ଚିନି ଖାଇ ଘରୁ ବାହାରିଲେ ଆପଣ ଦିନସାରା ସୁସ୍ଥ ଅନୁଭବ କରିବେ।
ମନେରଖନ୍ତୁ-
- ଦହି ଓ ଚିନି ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥିଲେ ମଧ୍ୟ ଥଣ୍ଡା, କାଶ ହେଉଥିବା ବ୍ୟକ୍ତି ଏହାକୁ ଖାଇବାଠାରୁ ଦୂରେଇ ରୁହନ୍ତୁ।
- ଯଦି ଆପଣଙ୍କର ସୁଗାର ସମସ୍ୟା ରହିଛି, ତେବେ ଚିନି ମିଶା ଦହି ଖାଆନ୍ତୁ ନାହିଁ।
- ସେହିପରି ଓଜନ କମ୍ କରିବାକୁ ଚାହୁଁଥିଲେ ମିଠା ଖାଇବାଠାରୁ ଦୂରେଇ ରୁହନ୍ତୁ।
The post ସକାଳ ଜଳଖିଆରେ ଖାଆନ୍ତୁ ଦହି ଓ ଚିନି appeared first on Odisha Reporter.
from Odisha Reporter https://ift.tt/2EcTST2
No comments:
Post a Comment