କଟକ ସହରରେ ବିଗୁଡ଼ିଛି ସ୍ଥିତି; ସାହିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

କଟକ ସହରରେ ବିଗୁଡ଼ିଛି ସ୍ଥିତି; ସାହିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

କଟକ(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସତ୍ତ୍ୱେ କଟକ ସହରରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସାହିକୁ ସାହି ବ୍ୟାପିବାରେ ଲାଗିଛି ମହାମାରୀ କରୋନା । ସହରର ଏକାଧିକ ସାହିରୁ ପ୍ରତିଦିନ ବାହାରୁଛନ୍ତି ସଂଖ୍ୟାଧିକ ଆକ୍ରାନ୍ତ । କରୋନା ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ନିୟନ୍ତ୍ରଣକୁ ଆସିବା ନାଁ ଧରୁନି। ଫଳରେ ଆଗାମୀ ଦିନରେ ସହରର ସ୍ଥିତି ଭାବି ଚିନ୍ତିତ ହୋଇପଡ଼ିଛନ୍ତି କଟକ ବାସିନ୍ଦା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଖାଲି ଲକ୍‌ଡାଉନ୍‌ ବ୍ୟତୀତ  ସିଏମସି ସେଭଳି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଲକଡାଉନ୍‌ ସମୟରେ ନା ସାନିଟାଇଜ ଠିକ୍  ଭାବେ କରାଯାଉଛି, ନା ଡୋର ଟୁ ଡୋର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଝାଞ୍ଜିରିମଙ୍ଗଳା ବାସିନ୍ଦା । ଖଟବିନ ସାହି ଅଞ୍ଚଳରୁ ହଠାତ କଣ୍ଟନମେଣ୍ଟ ଉଠାଇ ଦେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ କରୋନା ପାଇଁ ଲକଡାଉନ୍‌ ଫଳପ୍ରଦ ହୋଇଥିବା ସିଏମସି କମିଶନର ଅନନ୍ୟା ଦାସ କହିଛନ୍ତି। ବିଭିନ୍ନ ସାହିରେ ଏକାଧିକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ କଣ୍ଟେନମେଣ୍ଟ ଅଞ୍ଚଳକୁ ବେଶି ଫୋକସ କରାଯାଇଥିବା କହିଛନ୍ତି କମିଶନର।

ସୂଚନାଯୋଗ୍ୟ, କଟକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୮ରେ ପହଞ୍ଚିଥିବା ବେଳେ କେବଳ କଟକ ସହରରେ ଏହି ସଂଖ୍ୟା ୧୦୦୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୮୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଏଯାଏ କଟକ ସହରରେ ୧୦ ଜଣ କରୋନାରେ ଆଖି ବୁଜି ସାରିଲେଣି।

The post କଟକ ସହରରେ ବିଗୁଡ଼ିଛି ସ୍ଥିତି; ସାହିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/39Oqdex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages