ପ୍ରଦର୍ଶନୀ ପଡିଆରେ ପାଳିତ ହେବ ସ୍ୱାଧୀନତା ଦିବସ; ସାମିଲ ହେବେ ୧୦୦ ଅତିଥି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

ପ୍ରଦର୍ଶନୀ ପଡିଆରେ ପାଳିତ ହେବ ସ୍ୱାଧୀନତା ଦିବସ; ସାମିଲ ହେବେ ୧୦୦ ଅତିଥି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସମଗ୍ର ଦେଶରେ ପାଳିତ ହେବ ୭୪ତମ ସ୍ୱାଧୀନତା ଦିବସ । ତେବେ ଚଳିତ ବର୍ଷ ଦେଖାଦେଇଥିବା କରୋନା ମହାମାରୀ ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳନ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଚଳିତ ବର୍ଷ ରାଜଧାନୀର ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଗତକାଲି ଫୁଡଡ୍ରେସ ରିହରସଲ ଶେଷ ହୋଇଛି l ପରେଡରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି l

ମାତ୍ର ୧୦୦ ଅତିଥିଙ୍କ ଉପସ୍ଥିତିରେ ଚଳିତ ବର୍ଷ ସ୍ୱାଧୀନତା ଉତ୍ସବ ଅନୁଷ୍ଠିତ ହେବ l ପରେଡରେ ମାତ୍ର ୪ଟି କଣ୍ଟିଜେଣ୍ଟ ଭାଗ ନେବେ l SSB, ଓଡ୍ରାଫ, OSAP ଏବଂ ସପ୍ତମ ବାଟାଲିୟନ ଅଂଶଗ୍ରହଣ କରିବେ । ପରେଡରେ କିଛି କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନିତ କରିପାରନ୍ତି ମୁଖ୍ୟମନ୍ତ୍ରୀ।

The post ପ୍ରଦର୍ଶନୀ ପଡିଆରେ ପାଳିତ ହେବ ସ୍ୱାଧୀନତା ଦିବସ; ସାମିଲ ହେବେ ୧୦୦ ଅତିଥି appeared first on Odisha Reporter.



from Odisha Reporter https://ift.tt/3iE5ddv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages