ପାକିସ୍ତାନରୁ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୫ ଜଣଙ୍କୁ ଗୁଳିକଲେ ସୁରକ୍ଷାକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 22, 2020

ପାକିସ୍ତାନରୁ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୫ ଜଣଙ୍କୁ ଗୁଳିକଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ପାକିସ୍ତାନ ସୀମାରୁ ଭାରତରେ ଅନୁପ୍ରବେଶ କରିବାକୁ ଚାଲିଥିବା ବଡ଼ ଧରଣର ଷଡ଼ଯନ୍ତ୍ରକୁ ଆଜି ସୁରକ୍ଷାକର୍ମୀ ଭଣ୍ଡୁର କରି ଦେଇଛନ୍ତି। ଅନୁପ୍ରେବଶ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ୫ ଜଣ ଜଣଙ୍କୁ ସୀମାନ୍ତରେ ହିଁ ଗୁଳି କରି ଖତମ କରାଯାଇଛି। ଏହାର ଫଟୋ ବିଏସଏଫ ପକ୍ଷରୁ ଟ୍ୱିଟ ମଧ୍ୟ କରାଯାଇଛି।

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪.୩୦ରେ ୫ ଜଣ ବ୍ୟକ୍ତି ପାକିସ୍ତାନରୁ ପଞ୍ଜାବ ସୀମାନ୍ତ ଦେଇ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେମାନେ ତ୍ରାନ ତରନ ଜିଲ୍ଲା ଖେମକାରନ ସୀମାରେ ଏଭଳି ଅନୁପ୍ରବେଶ କରୁଥିଲେ। ତେବେ ଏହି ୫ ଜଣଙ୍କ ଉପରେ ସୀମାରେ ପ୍ୟାଟ୍ରୋଲିଂ କରୁଥିବା ବିଏସଏଫ ଯବାନଙ୍କ ନଜର ପଡ଼ିଥିଲା।


ସେମାନଙ୍କୁ ଯବାନମାନେ ଅଟକାଇବାକୁ ଚେଷ୍ଟା କରିବା ବେଳେ ସେମାନେ ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ୫ ଜଣ ଯାକ ଅନୁପ୍ରବେଶକାରୀ ପ୍ରାଣ ହରାଇଛନ୍ତି।

ସେମାନଙ୍କ ଶବ ଜବତ କରାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ ମିଳିଛି। ସେମାନଙ୍କ ପାଖରେ କିଛି ବ୍ୟାଗ ମଧ୍ୟ ରହିଥିଲା। ତେବେ ଏହା ମଧ୍ୟରେ କ’ଣ ରହିଛି, ସେକଥା ସେନା ପକ୍ଷରୁ ଏଯାଏ କୁହାଯାଇ ନାହିଁ। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଏମାନେ ଆତଙ୍କବାଦୀ ନା ନିଶା କାରବାର କରିବାକୁ ଏପରି ଅନୁପ୍ରବେଶ କରୁଥିଲେ, ସେକଥା ଜଣାପଡ଼ିନାହିଁ।

The post ପାକିସ୍ତାନରୁ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୫ ଜଣଙ୍କୁ ଗୁଳିକଲେ ସୁରକ୍ଷାକର୍ମୀ appeared first on Odisha Reporter.



from Odisha Reporter https://ift.tt/2E6wbfr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages