ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି, କିନ୍ତୁ ବନ୍ୟା ଆଶଙ୍କା ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 25, 2020

ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି, କିନ୍ତୁ ବନ୍ୟା ଆଶଙ୍କା ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିଲେ ବି ବନ୍ୟା ଆଶଙ୍କା ନାହିଁ । ଏହା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ  । ଅଧିକାଂଶ ନଦୀ ଜଳ ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଛି। କେବଳ ଜଳକା ନଦୀରେ ବିପଦ ସଙ୍କେତ ପାଖାପାଖି ଜଳସ୍ତର ରହିଛି ।

ହୀରାକୁଦ ଉପର ମୁଣ୍ଡ, ଛତିଶଗଡରେ ଏବେ ବର୍ଷା ନାହିଁ । କେବଳ ଝାଡ଼ଖଣ୍ଡରେ ଆସନ୍ତା କାଲିଠୁ ବର୍ଷା ହେବ । ତେଣୁ ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ । ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ୫୦ମିଲିମିଟରରୁ ଅଧିକ ବର୍ଷା ହୋଇନାହିଁ। ସବୁ ପ୍ରକାର ପରିସ୍ଥିତି ପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ସୂଚନାଯୋଗ୍ୟ,  ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ୧୧ଟି ଜିଲ୍ଲାକୁ ରେଡ୍  ୱାର୍ଣ୍ଣିଂ ଏବଂ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଗତକାଲିଠୁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର ଓ କଟକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି  । କିଛି ଜିଲ୍ଲାରେ ଭୂସ୍ଫଳନ ମଧ୍ୟ ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆଜି ସର୍ବାଧିକ ବର୍ଷା ହେବ ଏବଂ ୨୭ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ।  ତାପରଠୁ ଲଘୁଚାପଜନିତ ବର୍ଷା କମିଯିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଏହାବ୍ୟତୀତ ମୌସୁମୀ ବାୟୁ ଆସିବା ପରଠୁ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ମୋଟ ୭ଟି ଲଘୁଚାପ ସୃଷ୍ଟି ହୋଇ ସାରିଲାଣି।  ଜୁନ୍  ୧୧ଓ  ଜୁଲାଇ ୭ରେ ଲଘୁଚାପ ସୃଷ୍ଟି ହୋଇଥିଲା।  ଏହାପରେ ଅଗଷ୍ଟ ମାସରେ କେବଳ ୫ଟି ଲଘୁଚାପ ସୃଷ୍ଟି ହୋଇସାରିଲାଣି । ତା ସତ୍ତ୍ୱେ ରାଜ୍ୟରେ ସ୍ୱାଭାବିକଠାରୁ ୨ ପ୍ରତିଶତ ବର୍ଷା କମ୍  ହୋଇଛି ।

ଏଯାଏ ରାଜ୍ୟରେ ମୋଟ୍ ୮୩୩.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ସର୍ବାଧିକ ୨୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

The post ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି, କିନ୍ତୁ ବନ୍ୟା ଆଶଙ୍କା ନାହିଁ appeared first on Odisha Reporter.



from Odisha Reporter https://ift.tt/3aUDeDK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages