କଟକ(ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ । ତେବେ ସମସ୍ତ ପ୍ରକ୍ରିୟା ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ । ଯେଉଁ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶଟଡାଉନ୍ କିମ୍ବା ଲକ୍ଡାଉନ୍ ଭଳି କଟକଣା ଲାଗୁ ହୋଇଥିବ, ସେଠାରେ ଅଦାଲତ କାମ ହେବ ନାହିଁ । ସେହି ଅଞ୍ଚଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିବ । ଏନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ଯେଉଁ ସ୍ଥାନରେ ଇଣ୍ଟରନେଟ୍ କିମ୍ବା ଅନ୍ୟ କୌଣସି ବୈଷୟିକ ସମସ୍ୟା ଥିବ ସେଠାରେ କୋଭିଡ କଟକଣା ମାନି କୋର୍ଟ ପରିସରରେ କାର୍ଯ୍ୟ କରିହେବ । ତେବେ ଆବଶ୍ୟକ ନଥିଲେ କୌଣସି ସାକ୍ଷୀ କିମ୍ବା ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ବାଧ୍ୟ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ ।
ଅନ୍ୟ ପଟେ ହାଇକୋର୍ଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ କାର୍ଯ୍ୟ ଚାଲୁ ରହିବ । ହାଇକୋର୍ଟଙ୍କ ସମସ୍ତ କାର୍ଯ୍ୟ ଭର୍ଚୁଆଲ ମୋଡରେ ହେବ। ନୂଆ କେସ୍ଗୁଡିକ ଇ-ମେଲ୍, ଇ-ଫାଇଲିଂ କିମ୍ବା ଡ୍ରପ୍ ବକ୍ସ ମାଧ୍ୟମରେ ଦାଖଲ କରାଯିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
The post ଆଜିଠୁ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ appeared first on Odisha Reporter.
from Odisha Reporter https://ift.tt/2YuyMXj
No comments:
Post a Comment