ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମୁମ୍ବାଇ ସ୍ଥିତ ଅଫିସ୍ରେ ହାଜର ହେଲେ ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଦିନ ସାଢ଼େ ୧୧ଟା ସୁଦ୍ଧା ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା। ତେବେ ସେ ବିଳମ୍ବରେ ଇଡି ଅଫିସ୍ରେ ପହଞ୍ଚିଥିଲେ।
ଇଡିରେ ହାଜର ହେବା ପୂର୍ବରୁ ରିୟା ଚକ୍ରବର୍ତ୍ତୀ ଅଧିକ ସମୟ ମାଗିଥିଲେ। ସୁପ୍ରିମ୍କୋର୍ଟରେ ତାଙ୍କ ଆବେଦନର ଶୁଣାଣି ଥିବା ଦର୍ଶାଇ ସେ ଇଡିକୁ ଅଧିକ ସମୟ ମାଗିଥିଲେ। ତେବେ ଇଡି ତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଥିଲେ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାର ଲୋକେ ଅନ୍ୟ ୫ ଜଣଙ୍କ ସହିତ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ସୁଶାନ୍ତଙ୍କ ଆକାଉଣ୍ଟରରୁ ୧୫ କୋଟି ଟଙ୍କା ରିୟା ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟକୁ ଯାଇଥିବା ତଥା ସେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଇଡି ଏହି ୧୫ କୋଟି ଟଙ୍କା ଅଭିଯୋଗର ତଦନ୍ତ ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ଡାକିଛି।
ସୁଶାନ୍ତ ସିଂହ ରାଜପୁତଙ୍କ ୪ଟି ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟରୁ ୨ଟିରୁ ରିୟା ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ଇଡି ମଧ୍ୟ ସନ୍ଦେହ କରୁଥିବା ଜଣାପଡ଼ିଛି।
The post ଇଡିରେ ହାଜର ହେଲେ ରିୟା appeared first on Odisha Reporter.
from Odisha Reporter https://ift.tt/2XC6I3O
No comments:
Post a Comment