ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣି ଆସିଲା ଏକ ନୂଆ ଟ୍ୱିଷ୍ଟ। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ପରିବାରକୁ ହୋଇପାରେ ପଚରାଉଚରା। ବିହାର ପୁଲିସ୍ ଟିମ୍ ଦିଶାଙ୍କ ପରିବାର ସହ କଥା ହୋଇପାରେ। ଏନେଇ ବିହାର ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ମୁମ୍ବାଇ ଯାଇଥିବା ବିହାର ପୁଲିସ୍‌ ଟିମ୍ ଖୁବ୍‌ଶୀଘ୍ର ଦିଶାଙ୍କ ପରିବାରଲୋକଙ୍କ ସହ ଯୋଗାଯୋଗ କରିବ ଓ ସେମାନଙ୍କୁ ପଚରାଉଚରା କରିବ। ପରେ ଦିଶାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ୍ ରହିଛି କି ନାହିଁ ସେ ନେଇ ମଧ୍ୟ ଖୋଲତାଡ଼ ହେବା  ଦିଶା ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଥିଲୋ ସୁଶାନ୍ତଙ୍କ ମୃତ୍ୟୁର ଠିକ୍ ୭ ଦିନ ପୂର୍ବରୁ ଅର୍ଥାତ ଜୁନ୍ ୮ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍ ରିପୋର୍ଟ ଅନୁଯାୟୀ ସେ ୪ ମହଲା ଘର ଉପରୁ ଡେଇଁ ସେ ଆମହତ୍ୟା କରିଥିଲେ।

ପ୍ରଥମ ଥର ପାଇଁ ବିହାର ପୁଲିସ୍ ଏହି ଦିଗରେ ତଦନ୍ତ କରିବା ସେପଟେ ସୁଶାନ୍ତ ବିଗତ କିଛି ବର୍ଷରେ ବ୍ୟବହାର କରିଥିବା ମୋବାଇଲ୍ ସିମ୍ କାର୍ଡ଼ ନେଇ ବି ଯାଞ୍ଚ ଆରମ୍ଭ ହୋଇଛି। ତେବେ ଏଥିରୁ ଜଣାପଡ଼ିଛି ଯେ ସେ ନିଜ ନାଁରେ ଗୋଟିଏ ବି ସିମ୍ ସୁଶାନ୍ତ ଆଣି ନାହାନ୍ତିା ନିକଟରେ ସେ ବ୍ୟବହାର କରୁଥିବା ସିମ୍ ବନ୍ଧୁ ସିଦ୍ଧାର୍ଥ ପଠାନୀଙ୍କ ବୋଲି ବିହାର ପୋଲିସ୍ ଜାଣିବାକୁ ପାଇଛିା ତେବେ ଏନେଇ ବି ତଦନ୍ତ ଆରମ୍ଭ ହୋଇଯାଇଛି।

ଅନ୍ୟପଟେ ଗତ ୫ ଦିନ ପରେ ବି ବିହାର ପୁଲିସ୍ ଟିମ୍‌କୁ ଆବଶ୍ୟକ କାଗଜପତ୍ର ଦିଆଯାଇନି। ମାମଲା ସମ୍ପର୍କିତ ବିଭିନ୍ନ ଦସ୍ତାବିଜ ଏବେ ଯାଏ ବିହାର ପୋଲିସ୍ ଟିମ୍‌କୁ ହସ୍ତାନ୍ତର କରାଯାଇନିା ଏପରିକି ସୁଶାନ୍ତଙ୍କ ମୃତ୍ୟଦେହ ବ୍ୟବଚ୍ଛେଦ ରିପୋର୍ଟ ବି ଦିଆଯାଇନି ବୋଲି ବିହାର ଡିଜିପି କହିଛନ୍ତିା ଯାହା ପରେ ମୁମ୍ବାଇ ପୋଲିସ୍‌ର ଭୂମିକାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

 

The post ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/33pjB4S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages