ଦର୍ଶକଙ୍କୁ ଦେବଯାନୀଙ୍କ ସରପ୍ରାଇଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 10, 2020

ଦର୍ଶକଙ୍କୁ ଦେବଯାନୀଙ୍କ ସରପ୍ରାଇଜ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦର୍ଶକମାନଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଦେବଯାନୀ ଦେଗୁରିଆ। ନିକଟରେ ସେ ତାଙ୍କ ପ୍ରଶଂସକ ମାନଙ୍କ ମନୋରଞ୍ଜନ କରିବା ପାଇଁ ନିଜର ଏକ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ନିଜ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଅପଲେଡ୍‌ କରି ସେ ଏହାର ସୂଚନା ଦେଇଛନ୍ତି।

ଦେବଯାନୀ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ମନୋରଞ୍ଜନ, ଖାଦ୍ୟ, ରୋଷେଇ, ବିୟୁଟି ଟିପ୍ସ, ଶୁଟିଂ ପଛର ସିନ୍‌, ଜୀବନଶୈଳୀ, ଯାତ୍ରା ଓ ଯୋଗ ସମ୍ପର୍କିତ ଭିଡିଓ ଅପ୍‌ଲୋଡ୍‌ କରି ଦର୍ଶକମାନଙ୍କ ମନୋରଞ୍ଜନ କରିବେ ବୋଲି କହିଛନ୍ତି।

ଯେମିତି ତାଙ୍କ ଫିଲ୍ମ ଏବଂ ଅନ୍ୟାନ କାମକୁ ଲୋକମାନେ ଭଲ ପାଇବା ଦେଇଛନ୍ତି ସେମିତି ତାଙ୍କୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ମଧ୍ୟ ଭଲ ପାଇବା ଦେବେ ବୋଲି ଦେବଯାନୀ ଆଶା ରଖିଥିବା କହିଛନ୍ତି। ଏଥିସହ ସେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଲାଇକ୍,‌ ଶେଆର ଏବଂ ସବ୍‌ସ୍କ୍ରାଇବ୍‌ କରିବାକୁ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।

View this post on Instagram

Hello , 🙏🏻 Namastey , Hi To All 🙋‍♀️. This is Debjani Deghuria.. Welcome to my official YouTube channel😉 .. Dear Users I need your appreciation and need your support ..🍿.., Channel – Link in bio ☝️👆🏻 AMAZING PROMO SHOT BY- “THE M FACTOR “ Thank you There Is A Story Behind Every Person .. The Journey of Mine has had its ups and downs … And Your support is blessings for me … My Life I have been surrounded by a camera 🎥.. 📷 😉.. so 👇🏻 Plz Subscribe To My own official YouTube channel.. Just Go To YouTube And Search “Debjani Deghuria “🤗 #debjanideghuria #youtube #youtubechannel #debjanideghuriayoutubechannel #debjanideghuriachannel #debjani #instadaily #instalike #instagram #instafashion #instaart #instacool

A post shared by DEBJANI DEGHURIA️️ (@debjani_deghuria) on

ଗତ କିଛି ଦିନ ତଳେ ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ଜୁଲାଇ ୨୩ତାରିଖ ଦିନ ଏଲିନା ତାଙ୍କ ଜନ୍ମଦିନ ଅବସରରେ ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲି ତାଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଥିଲେ।

ଅଭିନେତ୍ରୀ ପୁନମ୍‌ ମିଶ୍ରଙ୍କର ମଧ୍ୟ ଗୋଟେ ଅଫିସିଆଲ୍‌ ୟୁଚ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଯେଉଁଥିରେ ସେ ବିଭିନ୍ନ ସମୟରେ ମନୋରଞ୍ଜନ, ସ୍କିନ୍‌ କେୟାର୍‌, ଫ୍ୟାସନ୍‌ ସମ୍ପର୍କିତ ଭିଡିଓ କରି ଶେଆର କରନ୍ତି।

 

 

The post ଦର୍ଶକଙ୍କୁ ଦେବଯାନୀଙ୍କ ସରପ୍ରାଇଜ୍‌ appeared first on Odisha Reporter.



from Odisha Reporter https://ift.tt/2XLU56r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages