ଆଜିଠୁ ବ୍ରହ୍ମପୁର ସହରକୁ ଯାତାୟାତ ଉପରୁ ଉଠିଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

ଆଜିଠୁ ବ୍ରହ୍ମପୁର ସହରକୁ ଯାତାୟାତ ଉପରୁ ଉଠିଲା କଟକଣା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ବ୍ରହ୍ମପୁର ସହରକୁ ଆଜିଠୁ ‍‍ବିନା କୌଣସି କଟକଣାରେ ଯାତାୟାତ କରିପାରିବେ ଜିଲ୍ଲାର ଗ୍ରାମାଞ୍ଚଳବାସୀ । ସେହିପରି ବ୍ରହ୍ମପୁରବାସୀ ମଧ୍ୟ ଜିଲ୍ଲାର ଅନ୍ୟ ସ୍ଥାନକୁ ଅନାୟସରେ ଯାଇ ପାରିବେ।

କରୋନା ମହାମାରୀର ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ମାସେ ପୂର୍ବେ ଜିଲ୍ଲାକୁ ଚାରି ପଟୁ ସିଲ୍‌ କରି ଦିଆଯାଇଥିଲା। ଫଳରେ ଜିଲ୍ଲାକୁ ବାହାର ଜିଲ୍ଲାବାସୀଙ୍କ ଯାତାୟତ ଉପରେ କଟକଣା ଲାଗୁ କରାଯାଇଥିଲା। ଏଥିସହ ବ୍ରହ୍ମପୁର ସହରକୁ ଗ୍ରାମାଞ୍ଚଳବାସୀଙ୍କ ପ୍ରବେଶ ଉପରେ ମଧ୍ୟ ଜାରି ହୋଇଥିଲା କଟକଣା।  ଏହା ପରେ ଆରମ୍ଭ ହୋଇଥିଲା ଡୋର ଟୁ ଡୋର ହେଲଥ୍‌ ସ୍କ୍ରିନିଂ।

ପ୍ରଶାସନ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସ୍ୱରୂପ  ଜିଲ୍ଲାରେ କରୋନା ସଂକ୍ରମିତ ହାର ହ୍ରାସ ପାଇବା ପରେ  ଆଜିଠାରୁ ବ୍ରହ୍ମପୁରକୁ ଯାଆସ ଉପରେ ରହିବନି କଟକଣା। ଫଳରେ ଗ୍ରାମାଞ୍ଚଳବାସୀ ବିନା କୌଣସି ପ୍ରତିବନ୍ଧକରେ ବ୍ରହ୍ମପୁର ସହରକୁ ଯାତାୟାତ କରିପାରିବେ।  କରୋନା ସଂକ୍ରମଣ ଦୃଷ୍ଟିରୁ ଲାଗୁ ହୋଇଥିବା ଏହି କଟକଣା ଆଜିଠାରୁ ଉଠାଇ ଦିଆଯାଇଛି ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ ବ୍ରହ୍ମପୁର ସହରରେ ବଜାର ଖୋଲିବା ସମୟ ମଧ୍ୟ ବଢ଼ାଇ ଦିଆଯାଇଛି । ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୫ରୁ ରାତି ୮ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ । ପୂର୍ବରୁ ବଜାର ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହୁଥିଲା ।  ତେବେ ସପ୍ତାହାନ୍ତ ଶଟଡାଉନ୍‌ ସରକାରୀ ନିୟମ ଅନୁସାରେ ପୂର୍ବବତ୍ ଜାରି ରହିବ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ।

ଅପରପକ୍ଷେ , ପ୍ରାୟ ମାସେରୁ ଊର୍ଦ୍ଧ୍ୱ ଦିନ ହେବ ଗଞ୍ଜାମ ଜିଲ୍ଲାକୁ ଚାରି ପଟୁ ସିଲ୍‌ କରି ଦିଆଯାଇଥିବା ବେଳେ ଏହି କଟକଣା ଏବେ ବି ବଳବତ୍ତର ରହିଛି। ଫଳରେ ଅନ୍ୟ ଜିଲ୍ଲାବାସୀ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରିପାରୁ ନାହାନ୍ତି।

The post ଆଜିଠୁ ବ୍ରହ୍ମପୁର ସହରକୁ ଯାତାୟାତ ଉପରୁ ଉଠିଲା କଟକଣା appeared first on Odisha Reporter.



from Odisha Reporter https://ift.tt/31nYAGp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages