ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ, ୩ ସୁରକ୍ଷାକର୍ମୀ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ, ୩ ସୁରକ୍ଷାକର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲ୍ଲାରେ ଆଜି ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ପୁଲିସ୍‌ ଓ ସିଆରପିଏଫ ଯବାନଙ୍କ ମିଳିତ ପ୍ୟାଟ୍ରୋଲିଂ ଟିମ୍ ଉପ‌ରେ ୩ ଜଣ ଆତଙ୍କବାଦୀ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଆତଙ୍କୀଙ୍କ ଗୁଳିରେ ୨ ଜଣ ସିଆରପିଏଫ ଯବାନ ଓ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି। ଆକ୍ରମଣ ପରେ ୩ ଜଣ ଯାକ ଆତଙ୍କବାଦୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ସେନାର ସୂଚନା ଅନୁଯାୟୀ, ବାରମୁଲ୍ଲାର କ୍ରେରି ଅଞ୍ଚଳରେ ହିଁ ଏହି ଆକ୍ରମଣ ହୋଇଛି। ଏଠାରେ ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ନାକା ପାର୍ଟି ଉପରେ ଆକ୍ରମଣ ହୋଇଛି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ଘଟଣା ସ୍ଥଳରେ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ସ୍ପେଶାଲ ଅଫିସର ପ୍ରାଣ ହରାଇଥିଲେ ଗୁରୁତର ଆହତ ଦୁଇ ସିଆରପିଏଫ ଯବାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପଛରେ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତୋଏବାର ହାତ ରହିଥିବା ସନ୍ଦେହ କରାଯାଉଛି।

The post ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ, ୩ ସୁରକ୍ଷାକର୍ମୀ ସହିଦ appeared first on Odisha Reporter.



from Odisha Reporter https://ift.tt/2Y9Przf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages