କୋଭିଡ କଟକଣା ଭିତରେ ଆଜି ହେବ ଜେଇଇ ମେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

କୋଭିଡ କଟକଣା ଭିତରେ ଆଜି ହେବ ଜେଇଇ ମେନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ କଟକଣା ଭିତରେ ଆଜିଠୁ ଆରମ୍ଭ ହେବ ଜେଇଇ ମେନ୍ । ଆଜି ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟର ୭ଟି ସହରର ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ହେବ । ନିୟମ ଅନୁସାରେ ପରୀକ୍ଷା ଆରମ୍ଭର ୨ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀ ସେଣ୍ଟରରେ ପହଞ୍ଚିବେ । ସେଣ୍ଟର ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଉଭୟ ସେଣ୍ଟର ବାହାରେ ଓ ଭିତରେ ବି ସାମାଜିକ ଦୂରତା ରକ୍ଷା ଲାଗି ସବୁ ପ୍ରକାର ବନ୍ଦୋବସ୍ତ ହୋଇଛି ।

ପରୀକ୍ଷା ସେଣ୍ଟର ହୋଇଥିବା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ବାଲେଶ୍ୱର ସହରରେ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଇଁ ଯାଆସ, ମାଗଣା ରହଣି, ଖାଦ୍ୟପେୟର ବ୍ୟବସ୍ଥା ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ପିଲାଙ୍କ ପାଇଁ ଉପଲବ୍ଧ ହଷ୍ଟେଲରେ ବି କୋଭିଡ୍‌ର ସବୁ ଗାଇଡଲାଇନ୍ ପାଳନ କରାଯାଉଛି ।

ଭୁବନେଶ୍ୱରରେ ସର୍ବାଧିକ ୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ବିଏମସି ମଧ୍ୟ ଶୃଙ୍ଖଳିତ ପରୀକ୍ଷା ଆୟୋଜନ ଲାଗି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ।

The post କୋଭିଡ କଟକଣା ଭିତରେ ଆଜି ହେବ ଜେଇଇ ମେନ୍ appeared first on Odisha Reporter.



from Odisha Reporter https://ift.tt/2EWsHMg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages