ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭଳି ଦୁଃସ୍ଥିତିରେ ବହୁ ଲୋକଙ୍କ ସାଥୀ ପାଲଟିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର। ଲକ୍ଡାଉନ୍ ବେଳେ ବହୁ ପ୍ରବାସୀଙ୍କୁ ଓଡ଼ିଶା ଫେରାଇ ଆଣିବା ସହ ଅନ୍ୟ ପ୍ରକାରର ବିଭିନ୍ନ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିବା ସବ୍ୟ ଏବେ ଜଣେ କୁନି ଝିଅଙ୍କୁ ସ୍ମାର୍ଟଫୋନ୍ ଦେଇ ପ୍ରଶଂସା ସାଉଁଟିଛନ୍ତି।
କଟକ ଶେଖ୍ ବଜାରର ସହଦେବ ବାରିକଙ୍କ ଝିଅ ସୋନାଲିଙ୍କୁ ଅନ୍ଲାଇନ୍ ପାଠପଢ଼ାରେ ସମସ୍ୟା ହେଉଥିଲା। କାରଣ ପାଖରେ ସ୍ମାର୍ଟ ଫୋନ୍ଟିଏ ନଥିଲା। ଗଣମାଧ୍ୟମରୁ ସୋନାଲିଙ୍କ ସମସ୍ୟା ବିଷୟରେ ଜାଣିବା ପରେ ସବ୍ୟ ତାଙ୍କୁ ଏକ ସ୍ମାର୍ଟଫୋନ୍ ଦେଇଛନ୍ତି।
ଏବେ ସୋନାଲି ସେହି ସ୍ମାର୍ଟଫୋନ୍ ଜରିଆରେ ଅନ୍ଲାଇନ୍ରେ ପାଠ ପଢୁଛନ୍ତି। ଅନ୍ୟପଟେ ଚିନ୍ତାରେ ଥିବା ତାଙ୍କ ବାପାମା’ ମଧ୍ୟ ସବ୍ୟଙ୍କଠାରୁ ଏହି ସାହାଯ୍ୟ ପାଇ ବେଶ୍ ଖୁସି ଅଛନ୍ତି।
ସବ୍ୟଙ୍କଠାରୁ ସ୍ମାର୍ଟଫୋନ୍ ପାଇବା ପରେ ଖୁବ୍ ମନଦେଇ ପଢ଼ିବେ ଏବଂ ଆଗକୁ ଜଣେ ଡାକ୍ତର ହେବ ବୋଲି କହିଛନ୍ତି ସୋନାଲି।
ସୂଚନାଯୋଗ୍ୟ, ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ଲକିର ଲକ୍ଡାଉନ୍ ଲଭ୍ଷ୍ଟୋରୀ’ରେ ଅଛନ୍ତି ସବ୍ୟସାଚୀ। ଏହି ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ବିପକ୍ଷରେ ଅଛନ୍ତି ତମନ୍ନା ବ୍ୟାସ୍। ‘ଲକିର ଲକଡାଉନ୍ ଲଭ୍ଷ୍ଟୋରୀ’ ମାଧ୍ୟମରେ ତମ୍ନନା ଏବଂ ସବ୍ୟଙ୍କୁ ପ୍ରଥମଥର ଏକାଠି କାମ କରିବାର ସୁଯୋଗ ପାଇଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି।
The post ପାଠପଢ଼ାରେ ସମସ୍ୟା ହେଉଥିଲା, ସ୍ମାର୍ଟଫୋନ୍ ଦେଲେ ସବ୍ୟ appeared first on Odisha Reporter.
from Odisha Reporter https://ift.tt/3jXPVSp
No comments:
Post a Comment