ହରିୟାନାରୁ ଆସି ଅନୁଗୋଳରୁ ଲୁଟିଲେ ୨୭ ଲକ୍ଷ; ଛତିଶଗଡ଼ରୁ ଧରା ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

ହରିୟାନାରୁ ଆସି ଅନୁଗୋଳରୁ ଲୁଟିଲେ ୨୭ ଲକ୍ଷ; ଛତିଶଗଡ଼ରୁ ଧରା ପଡ଼ିଲେ

ଅନୁଗୋଳ(ବିରଜା ପ୍ରସାଦ ଦାସ): ହରିୟାନାରୁ ଟ୍ରକ୍‌ରେ ଆସିଲେ ଅନୁଗୋଳ। ଏଠାରେ ଗ୍ୟାସ୍‌ କଟର ସାହାଯ୍ୟରେ ଏଟିଏମ୍‌ ତାଡ଼ି ୨୭ ଲକ୍ଷ  ୯୦ ହଜାର ଟଙ୍କା ଲୁଟି ନେଲେ। ମାତ୍ର ଅନୁଗୋଳ ପୁଲିସ୍‌ ପିଛା କରି ଛତିଶଗଡ଼ରୁ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ।

ସୂଚନାଯୋଗ୍ୟ, ଗତ ୮ତାରିଖରେ ଅନୁଗୋଳ SBI ଏଟିଏମ୍‌ରୁ ୨୭ ଲକ୍ଷ  ୯୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଉକ୍ତ ଦିନ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ମଧ୍ୟ ଲୁଟ ଉଦ୍ୟମ କରାଯାଇଥିଲା ।

ଏହି ମାମଲାରେ  ଅନୁଗୋଳ SP ଜଗମୋହନ ମୀନାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଅପରେସନ । ଅନୁଗୋଳ SDPOଙ୍କ  ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ସିସିଟିଭି ଆଧାରରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏହାପରେ ଟ୍ରକ୍‌ ଓ କାର୍‌ ସମ୍ବଲପୁର ଅଭିମୁଖେ ଯାଉଥିବା ସିସିଟିଭିରୁ ଦେଖି ପୁଲିସ୍‌ ପିଛା କରିଥିଲା। ଅଭିଯୁକ୍ତମାନେ ହଣ୍ଡପା ଛକ ନିକଟରେ କାର୍‌ ଛାଡ଼ି ପଳାଇବାରୁ ପୁଲିସ୍‌ ତାହାକୁ ଜବତ କରିଥିଲା। ଖୋଳତାଡ଼ରୁ ତାହା ଢେଙ୍କାନାଳରୁ ଚୋରି ହୋଇଥିବା ଏକ କାର୍‌ ବୋଲି ଜଣାପଡ଼ିଥିଲା।

ଏହାପରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ  ପୁଲିସ୍‌ ଛତିଶଗଡ଼ର ବଲଦା ବଜାର ଜ଼ିଲ୍ଲା ଅଞ୍ଚଳରୁ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ଲୁଟେରାଙ୍କଠାରୁ ୨ଟି  ଟ୍ରକ୍‌, ଗୋଟିଏ କାର୍‌, ଗ୍ୟାସ କଟର, ଅନ୍ୟାନ୍ୟ ଜିନିଷ  ସହ  ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ୍‌।

ଅଭିଯୁକ୍ତମାନେ ହରିୟାଣା  ଅଞ୍ଚଳର ବୋଲି ଜଣାପଡିବା ସହ ସେମାନେ ଟ୍ରକ୍‌ରେ ଓଡିଶା ଆସିଥିବା ନେଇ ପୁଲିସ୍‌ ସୂଚନା ଦେଇଛି ।  ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍‌ପି ।

 

The post ହରିୟାନାରୁ ଆସି ଅନୁଗୋଳରୁ ଲୁଟିଲେ ୨୭ ଲକ୍ଷ; ଛତିଶଗଡ଼ରୁ ଧରା ପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/3fWZs95

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages