ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆସନ୍ତା ଶନିବାର ଗଣେଶ ପୂଜା ପଡ଼ୁଥିବା ବେଳେ ଏହାକୁ ଆନନ୍ଦ, ଉଲ୍ଲାସର ସହ ପାଳନ କରିବାକୁ ଅନାଇ ବସିଛନ୍ତି ଶ୍ରଦ୍ଧାଳୁ। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଗଞ୍ଜାମ ଜିଲ୍ଲାରେ ଏହାକୁ ପାଳନ କରାଯିବ ନାହିଁ। ଜିଲ୍ଲାରେ କରୋନା ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏପରି ସମୟରେ ଗଣେଶ ପୂଜା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଟ୍ୱିଟ୍ କରି ଜିଲ୍ଲାବାସୀଙ୍କଚ ଅବଗତ କରାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।
ଚଳିତ ବର୍ଷ କରୋନା ପରି ମହାମାରୀ କବଳରେ ପଡ଼ି ଭୟ, ଆଶଙ୍କାରେ ଦିନ କାଟୁଛନ୍ତି ଗଞ୍ଜାମ ଜିଲ୍ଲାବାସୀ। ଏପରି ସ୍ଥିତିରେ ଏଠାରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ତେଣୁ କୌଣସି ସ୍ଥାନରେ ଏକତ୍ରିତ ହୋଇ ଗଣେଶ ପୂଜା ପାଳନ କରିବାକୁ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ବାରଣ କରାଯାଇଛି। ଏଥିସହ ଘରେ ରହି ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ। ସାମାଜିକ ଦୂରତ୍ୱ ରକ୍ଷା କରିବା ସହ କୋଭିଡ୍ ନିୟମ ମାନିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ପାର୍ କରି ସାରିଥିବା ବେଳେ କରୋନା ଯୋଗୁ ଜିଲ୍ଲାରେ ୧୫୫ ଜଣ ଆଖି ବୁଜି ସାରିଲେଣି।
The post ଏହି ଜିଲ୍ଲାବାସୀଙ୍କୁ ଗଣେଶ ପୂଜା ମନା appeared first on Odisha Reporter.
from Odisha Reporter https://ift.tt/349Sw6r
No comments:
Post a Comment