କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ ଦେବେ ଇସ୍ତଫା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 28, 2020

କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ ଦେବେ ଇସ୍ତଫା!

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି। ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟ ଭଲ ରହୁନାହିଁ। ଏହି କାରଣ ପାଇଁ ସେ ଖୁବଶୀଘ୍ର ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ରହିଛି। ନିକଟରେ ୬୫ ବର୍ଷୀୟ ସିଞ୍ଜୋ ଆବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦୁଇଥର ଡାକ୍ତରଖାନା ଯାଇଥିଲେ। ଏହାପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା।

ଅନ୍ତିମ ଥର ଯେତେବେଳେ ସିଞ୍ଜୋ ଆବେ ହସ୍ପିଟାଲକୁ ଯାଇ ପ୍ରାୟ ୭ ଘଣ୍ଟା ରହିଥିଲେ। ଗତ ସୋମବାର, ସିଞ୍ଜୋ ଆବେ ଜାପାନର ଦୀର୍ଘତମ ପ୍ରଧାନମନ୍ତ୍ରୀ ଭାବରେ ରହିବାର ରେକର୍ଡ କରିଥିଲେ। ତାଙ୍କର କାର୍ଯ୍ୟକାଳ ୮ ବର୍ଷ ପୂରଣ ହୋଇଛି। ସେପ୍ଟେମ୍ବର ୨୦୨୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।

ସୂଚନାଯୋଗ୍ୟ, ଏବେ ଜାପାନରେ ସିଞ୍ଜୋ ଆବେ ଏବଂ ତାଙ୍କ ସରକାରଙ୍କ ଲୋକପ୍ରିୟତା ମଧ୍ୟ କମିଛି ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଭଲ ବନ୍ଧୁ ଭାବରେ ସିଞ୍ଜୋ ଆବେ ଜଣାଶୁଣା। କରୋନା ମହାମାରୀ ବେଳେ ସିଞ୍ଜୋ ଆବେ ତାଙ୍କ ଦେଶର ଠିକ୍ ଭାବରେ ପରିଚାଳନା କରିପାରୁନଥିବା ଅଭିଯୋଗ ରହିଛି। ଏହି କାରଣରୁ ତାଙ୍କର ଲୋକପ୍ରିୟତା ମଧ୍ୟ ପ୍ରାୟ ୩୦ ପ୍ରତିଶତ ଖସିଛି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ଏହାବାଦ୍ ତାଙ୍କ ଦଳ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି ନାଁରେ ମଧ୍ୟ ଦୁର୍ନୀତି ଅଭିଯୋଗ ରହିଛି।

The post କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ ଦେବେ ଇସ୍ତଫା! appeared first on Odisha Reporter.



from Odisha Reporter https://ift.tt/3jkyRF6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages