ୟୁପିଏସ୍‌ସି ରେଜଲ୍ଟ ପ୍ରକାଶ, ପ୍ରଦୀପ ସିଂହ ଟପ୍ପର, ଟପ ଟେନ୍‌ରେ ୨ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

ୟୁପିଏସ୍‌ସି ରେଜଲ୍ଟ ପ୍ରକାଶ, ପ୍ରଦୀପ ସିଂହ ଟପ୍ପର, ଟପ ଟେନ୍‌ରେ ୨ ଓଡ଼ିଆ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁନିଅନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସ୍‌ସି ପରୀକ୍ଷା ଫଳ। ପ୍ରଦୀପ ସିଂହ ହେଲେ IAS ଟପ୍ପର। ଚଳିତ ବର୍ଷ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ଓଡ଼ିଶାର ୨ଜଣ ରହିଛନ୍ତି । ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ରାଙ୍କ ମିଳିଥିବା ବେଳେ ସଂଜିତା ମହାପାତ୍ରଙ୍କୁ ମିଳିଛି ଦଶମ ରାଙ୍କ।  ସେମାନଙ୍କ ବ୍ୟତୀତ ବହୁ ଓଡ଼ିଆ ପୁଅ ଝିଅ ଏଥର  ବାଜି ମାରି ନେଇଛନ୍ତି  ।

ରାଙ୍କରେ ଯତୀନ କିଶୋର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ପ୍ରତିଭା ବର୍ମା। ୧୦୭ତମ ସ୍ଥାନରେ ଅଂଶୁମାନ ରାଜ, ୧୨୦ତମ ସ୍ଥାନରେ ଅନୁପ ଦାସ, ୧୯୦ତମ ସ୍ଥାନରେ ଶୈଳଜା ଦାସ ଓ  ୨୦୨ତମ ସ୍ଥାନରେ  ରହିଛନ୍ତି ରାହୁଲ ମିଶ୍ର।

ସେହିପରି ୨୨୫ତମ ରାଙ୍କରେ ହେମା ନାୟକ ଥିବା ବେଳେ ୨୨୯ତମ ସ୍ଥାନରେ ଆରୁଷି ମିଶ୍ର, ୨୯୧ ରାଙ୍କରେ ଆଶିଷ ଦାସ, ୨୯୪ ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର ରହିଛନ୍ତି। ଏହାବ୍ୟତୀତ ୩୦୦ତମ ସ୍ଥାନ ସୋନାଲି ମିଶ୍ର ଅଧିକାର କରିଥିବା ବେଳେ ୩୧୨ତମ ସ୍ଥାନ ଦିବ୍ୟା ମିଶ୍ର, ୩୬୧ ରାଙ୍କରେ ଅର୍ଘ୍ୟ ପଟ୍ଟନାୟକ ଓ  ୩୭୯ ସ୍ଥାନରେ ରହିଛନ୍ତି ଜୁବିନ ମହାପାତ୍ର।

୪୪୧ ରାଙ୍କରେ ସମୀର କୁମାର ଜେନା, ୫୬୭ ତମ ରାଙ୍କରେ ମାନସ  ରଞ୍ଜନ ସାହୁ ଓ ୭୧୨ତମ ସ୍ଥାନରେ ରହିଛନ୍ତି ଶିବମ ମିଶ୍ର। ୭୧୫ତମ ସ୍ଥାନରେ ଓମ୍ ପ୍ରସାଦ ମହାନ୍ତି ଥିବା ବେଳେ ୮୧୯ସ୍ଥାନରେ ରହିଛନ୍ତି ବିଭୂତି ଭୂଷଣ ନାୟକ।

The post ୟୁପିଏସ୍‌ସି ରେଜଲ୍ଟ ପ୍ରକାଶ, ପ୍ରଦୀପ ସିଂହ ଟପ୍ପର, ଟପ ଟେନ୍‌ରେ ୨ ଓଡ଼ିଆ appeared first on Odisha Reporter.



from Odisha Reporter https://ift.tt/3fsBsum

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages