ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା କେତେ ରହିବ, ଆଜି ହାଇକୋର୍ଟରେ ହେବ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 15, 2020

ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା କେତେ ରହିବ, ଆଜି ହାଇକୋର୍ଟରେ ହେବ ଶୁଣାଣି

କଟକ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ଦୁର୍ଗା ପୂଜା ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍‌କୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବହୁ ପୂଜା କମିଟି । ବିଶେଷ କରି ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ବେଶି ହେବ ନାହିଁ ବୋଲି ଗାଇଡଲାଇନ୍‌ରେ  କୁହାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ପୂଜା କମିଟି। କଟକ ଦୁର୍ଗା ପୁଜାରେ ମା ଦୁର୍ଗାଙ୍କ ମୂର୍ତ୍ତି କେତେ ଉଚ୍ଚ ହେବ ସେନେଇ ଆଜି ହାଇକୋର୍ଟରେ ଶୁଣାଣି ହେବ ।

ଗତକାଲି ପୂଜା କମିଟି ସହ ଆଲୋଚନା ପରେ ଆଜି ଏନେଇ ଅଦାଲତରେ ତଥ୍ୟ ଦାଖଲ କରିବେ  କଟକ ଡିସିପି । ତେବେ ମାମଲାର ବିଚାର ଚାଲିଥିବାରୁ ଅଧିକ ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ କଟକ ମହାନଗର ଶାନ୍ତି କମିଟି ସମ୍ପାଦକ ।

ଦୁର୍ଗାପୂଜା ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌କୁ ନେଇ ପୂଜା କମିଟିଗୁଡ଼ିକ ଅସନ୍ତୁଷ୍ଟ ଅଛନ୍ତି  । ଏନେଇ ବହୁ  ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।  ଏହାର ଚୁଡାନ୍ତ ଶୁଣାଣି ଆଜି ହୋଇପାରେ ।

ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ ରଖିବାକୁ ଗାଇଡ୍‌ଲାଇନ୍‌ରେ କହିଥିବା ବେଳେ ପୂଜା ମଣ୍ଡପର ୩ ପାର୍ଶ୍ୱ ସଂପୂର୍ଣ୍ଣ ବନ୍ଦ କରିବାକୁ ତଥା ଚତୁର୍ଥ ପାର୍ଶ୍ୱକୁ ଆଂଶିକ ବନ୍ଦ ରଖିବାକୁ କହିଛନ୍ତି। ଆଉ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବହୁ ପୂଜା କମିଟି।

ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ ଆଉ କ’ଣ ରହିଛି, ଜାଣନ୍ତୁ

  • ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ।
  • ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନସିଟିରେ ପୁଲିସ କମିଶନରଙ୍କ ଅନୁମତି ଲୋଡ଼ା।
  • କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ।
  • ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି।
  • ଏମିତି ବନ୍ଦ ରହିବ ଯେମିତି ସାଧାରଣ ଲୋକ ପ୍ରତିମା ଦେଖି ପାରିବେନି।
  • ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିବ।
  • ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେନି।
  • ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ଆଦି ମାନିବାକୁ ବାଧ୍ୟ।
  • ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ।
  • କୌଣସି ସଂଗୀତ ବା ମନୋରଂଜନ କାର୍ଯ୍ୟକ୍ରମ କରାଯାଇ ପାରିବନି।
  • ଗାଇଡ୍‌ଲାଇନ୍ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

The post ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା କେତେ ରହିବ, ଆଜି ହାଇକୋର୍ଟରେ ହେବ ଶୁଣାଣି appeared first on Odisha Reporter.



from Odisha Reporter https://ift.tt/32yJsqn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages