ନୂଆଦିଲ୍ଲୀ: ଆଜି ଅବସର ଗ୍ରହଣ କରିବେ ବାବ୍ରି ମସଜିଦ ଭଙ୍ଗା ମାମଲାର ସ୍ୱତନ୍ତ୍ର ବିଚାରପତି ଏସ.କେ ଯାଦବ। ଆଜି ରାୟ ଶୁଣାଣି କରିବା ପରେ ସେ ଅବସର ଗ୍ରହଣ କରିବେ। ତାଙ୍କର କାର୍ଯ୍ୟକାଳ ବର୍ଷେ ତଳୁ ଶେଷ ହୋଇଯାଇଛି। ହେଲେ ଏହି ୨୮ ବର୍ଷୀୟ ମାମଲାର ସେ ରାୟ ଶୁଣାଣି କରୁଥିବାରୁ ଚୂଡ଼ାନ୍ତ ରାୟ ପରେ ସେ ଅବସର ଗ୍ରହଣ କରିବେ।
ଜଷ୍ଟିସ ଏସ. କେ ଯାଦବ ଉତ୍ତର ପ୍ରଦେଶର ଫୈଜାବାଦରେ ଅତିରିକ୍ତ ମୁନିସିଫ୍ ଭାବରେ ନିୟୋଜିତ ଥିଲେ। ଯେତେବେଳେ ଡିସେମ୍ବର ୬, ୧୯୯୨ ରେ ଅଯୋଧ୍ୟାରେ କର ସେବକ ମାନେ ବାବ୍ରି ମସଜିଦଙ୍କୁ ଭାଙ୍ଗି ଦେଇଥିଲେ। ଜଷ୍ଟିସ ଏସ.କେ ଯାଦବ ୨୦୦୫ ମସିହାରୁ ଏହି ମାମଲାର ଶୁଣାଣି କରୁଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ ୨୦୧୭ ରେ ସ୍ୱତନ୍ତ୍ର ବିଚାରପତି ଭାବେ ଏସ.କେ ଯାଦବଙ୍କୁ ଦୁଇ ବର୍ଷ ମଧ୍ୟରେ ମାମଲାରେ ରାୟ ପ୍ରଦାନ କରିବାକୁ କହିଥିଲେ।
ସ୍ୱତନ୍ତ୍ର ବିଚାରପତି ଏସ.କେ ଯାଦବ (୬୦) ୨୦୧୯ ରେ ଅବସର ନେବାକୁ ଯାଉଥିଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ତାଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କରାଯାଇଥିଲା ଯେତେବେଳେ ସେ ଏହି ମାମଲାର ଶୁଣାଣି କରିବାକୁ ଅଧିକ ସମୟ ସେ ମାଗିଥିଲେ।
The post ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ appeared first on Odisha Reporter.
from Odisha Reporter https://ift.tt/36fgjmp
No comments:
Post a Comment