ଜଳେଶ୍ୱର (ଅଜିତ୍ କୁମାର ଦାସ): ପଛରୁ ପିଟି ଦେଲା ପିକ୍ଅପ୍ ଭ୍ୟାନ୍। ଘଟଣାସ୍ଥଳରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ତାଙ୍କ ସ୍ୱାମୀ ଓ ୨ ବର୍ଷର ଝିଅ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ମହିଳାଙ୍କ ନାଁ ସସ୍ମିତା ସାମଲ। ତାଙ୍କ ସ୍ୱାମୀଙ୍କ ନାଁ ଅଶ୍ୱିନୀ କୁମାର ସାମଲ।
ଅଶ୍ୱିନୀ ବାଇକ୍ରେ ପତ୍ନୀ ଓ ଝିଅକୁ ନେଇ ଯାଉଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ୍ଗେଟ୍ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ସେମାନଙ୍କୁ ପଛରୁ ଦକ୍କା ଦେଇଥିଲା।
ସସ୍ମିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅଶ୍ୱିନୀ ଓ ତାଙ୍କ ଝିଅଙ୍କୁ ଉଦ୍ଧାର କରାଯାଇ ଜଳେଶ୍ୱର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
The post ପଛରୁ ପିଟିଦେଲା ପିକ୍ଅପ୍ ଭ୍ୟାନ୍, ଚାଲିଗଲା ମହିଳାଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/2RsPD9i
No comments:
Post a Comment