ଶିବାଙ୍ଗୀ ରାଫେଲର ପ୍ରଥମ ମହିଳା ପାଇଲଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 23, 2020

ଶିବାଙ୍ଗୀ ରାଫେଲର ପ୍ରଥମ ମହିଳା ପାଇଲଟ

ନୂଆଦିଲ୍ଲୀ: ଶତ୍ରୁ ପକ୍ଷର ନାଲି ଆଖିକୁ ଏବେ କଡ଼ା ଜବାବ୍ ଦେବ ଭାରତର ନାରୀ ଶକ୍ତି । ଭାରତୀୟ ବାୟୂସେନାର ଶକ୍ତିକୁ ବହୁଗୁଣିତ କରିଥିବା ଦୁର୍ଦ୍ଧଷ ରାଫେଲ ବିମାନକୁ ଖୁବ୍‌ଶୀଘ୍ର ଉଡ଼ାଇବେ ମହିଳା ପାଇଲଟ। ଗେମ୍‌ ଚେଞ୍ଜର କୁହାଯାଉଥିବା ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ ଉଡ଼ାଇବେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂ ।

ସବୁବେଳେ ଖୋଲା ଆକାଶରେ ବିହଙ୍ଗଟିଏ ହେବାକୁ ସ୍ୱପ୍ନ ଦେଖୁଥିବା ଶିବାଙ୍ଗୀ ଏବେ ଅମ୍ବାଲା ଏୟାରବେସ୍‌ରେ ଟ୍ରେନିଂ ନେଉଛନ୍ତି । ଶିବାଙ୍ଗୀ ୨୦୧୭ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ତା ପରଠାରୁ ସେ ମିଗ୍ 21 Bison ଲଢୁଆ ବିମାନ ଉଡାଇଛନ୍ତି। ରାଫେଲ ଉଡ଼ାଇବାକୁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ଶିବାଙ୍ଗୀ ପ୍ରଥମେ ଏହି ଗୌରବ ହାସଲ କରିବାକୁ ଯାଉଛନ୍ତି।

ଶିବାଙ୍ଗୀ ବନାରସ ହିନ୍ଦୁ ୟୁନିଭରସିଟିରୁ ନିଜ ଗ୍ରାଜୁଏସନ ଶେଷ କରିଥିବା ବେଳେ ୟୁପି ଏୟାର ସ୍କ୍ୱାଡନ୍‌ରେ ଟ୍ରେନଂ ନେଇଥିଲେ। ସେ ଏବେ ଅମ୍ବାଲା ଏୟାରବେସ୍‌ରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ନିକଟରୁ ଟ୍ରେନିଂ ନେଉଥିବା ଜଣାଯାଇଛି।

ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ୍ ରାଫେଲ୍ ବାୟୁସେନାରେ ସାମିଲ ହେବା ପରେ ବହୁଗୁଣିତ ହୋଇଛି ଭାରତର ବାୟୁ ଶକ୍ତି । ଗତ ୧୦ ତାରିଖରେ ଅମ୍ବାଲା ଏୟାରବେସ୍‌ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେଭେଣ୍ଟିନ୍ ସ୍କ୍ୱାଡନ୍ ଗୋଲଡେନ୍ ଆରୋଜ୍‌ରେ ସାମିଲ ହୋଇଥିଲା ଏହି ଦୁର୍ଦ୍ଧର୍ଷ ଫାଇଟର୍ ପ୍ଲେନ୍‌।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଫେଲ ବିମାନ ଜୁଲାଇ ୨୭ରେ ଫ୍ରାନ୍ସରୁ ଆସି ଅମ୍ବାଲାସ୍ଥିତ ବାୟୁସେନା ଘାଟିଠାରେ ପହଞ୍ଚିଥିଲା । ଅକ୍ଟୋବରରେ ଭାରତକୁ ଆଉ ୩-୪ଟି ରାଫେଲ୍ ଜେଟ୍ ମିଳିବ। ଏହା ପରେ ଡିସେମ୍ବରରେ ତୃତୀୟ ପର୍ଯ୍ୟାୟରେ ମଧ୍ୟ ଫ୍ରାନ୍ସରୁ ଭାରତକୁ ରାଫେଲ୍ ଆସିବ ।

ଏହିପରି ଭାବେ ଆସନ୍ତା ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସର ଦାସୋ କଂପାନୀ ମୋଟ୍ ୩୬ଟି ଫାଇଟର ଜେଟ୍ ଯୋଗାଇବ । ଏହି ଅତ୍ୟାଧୁନିକ ଫାଇଟର ଜେଟ୍ ବାୟୁସେନାର ଶକ୍ତି ଓ ପରାକ୍ରମକୁ ବହୁଗୁଣିତ କରିବ । ଏହି ୩୬ଟି ରେଫେଲ ଜେଟ୍ ଆଣିବାକୁ  ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଛି ଭାରତ । ଚୀନ ସୀମାରେ ଉତ୍ତେଜନା ଚରମସୀମାରେ ଥିବା ବେଳେ ରାଫେଲ୍ ଜେଟ୍ ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଛି ।

The post ଶିବାଙ୍ଗୀ ରାଫେଲର ପ୍ରଥମ ମହିଳା ପାଇଲଟ appeared first on Odisha Reporter.



from Odisha Reporter https://ift.tt/3j4NooQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages