ଗାଧୋଇବାକୁ ଯାଇ ମଝି ନଈରେ ଫସିଗଲେ ୨ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

ଗାଧୋଇବାକୁ ଯାଇ ମଝି ନଈରେ ଫସିଗଲେ ୨ ଯୁବକ

ବାରିପଦା(ମାଣିକଲାଲ ପାଣି):  ଗାଧୋଇବାକୁ ଯାଇ ମଝି ନଈରେ ଫସିଗଲେ ୨ ଯୁବକ । ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ମୃତ୍ୟୁ ସହ ଲୁଚକାଳି ଖେଳ ଖେଳି ଶେଷରେ ସୁରକ୍ଷିତ ଭାବେ କୂଳକୁ ଚାଲି ଆସିଲେ। ଏପରି ଏକ ଛାତି ଥରା ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକରେ ଘଟିଯାଇଛି।

ଏହି ବ୍ଲକ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୁ ଆଜି ସକାଳେ ଉପେନ୍ଦ୍ର ସିଂ ଓ ଦେବେନ୍ଦ୍ର ସିଂ ନାମକ ୨ ସମ୍ପର୍କୀୟ ଭାଇ ଗାଧୋବାକୁ ଯାଇଥିଲେ। ସେମାନେ ନଦୀ ଭିତରେ ପ୍ରାୟ ୨୫ ଫୁଟ ଦୂରକୁ ପଳାଇଥିଲେ। ସେତେବେଳେ ନଦୀରେ ବିଶେଷ ପାଣି ନ ଥିବା ବେଳେ ହଠାତ୍‌ ପାଣି ମାଡ଼ି ଆସିଲା। ଉଛୁଳା ନଦୀକୁ ଦେଖି ଜୀବନ ବିକଳରେ ୨ ଭାଇ ନଦୀ ମଝିରେ ଥିବା ଏକ ପଥର ଉପରକୁ ଉଠି ଯାଇଥିଲେ। ତାଙ୍କ ସହ ୨ ଛେଳି ମଧ୍ୟ ଭୟଭୀତ ହୋଇ ପଥର ଉପରକୁ ପଳାଇଥିଲେ।

ପ୍ରାୟ ଘଣ୍ଟାଏ କାଳ ସେଠାରେ ୨ ଭାଇ ଫସି ରହିବା ପରେ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ୨ ଭାଇ ନଦୀରେ ପହଁରି କୂଳକୁ ଚାଲି ଆସିଥିଲେ।

The post ଗାଧୋଇବାକୁ ଯାଇ ମଝି ନଈରେ ଫସିଗଲେ ୨ ଯୁବକ appeared first on Odisha Reporter.



from Odisha Reporter https://ift.tt/2FPYe3x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages