ମୁମ୍ବାଇ: ବେଆଇନ ଭାବେ ନିର୍ମାଣ ହୋଇଥିବା ଦର୍ଶାଇ ଆଜି ବିଏମ୍ସି (ବ୍ରିହାମ୍ମୁମ୍ବାଇ ମହାନଗର ନିଗମ)ପକ୍ଷରୁ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ ସ୍ଥିତ ଅଫିସ୍ ‘ମଣିକର୍ଣ୍ଣିକା ଫିଲ୍ମସ୍’ର କିଛି ଅଂଶ ଭାଙ୍ଗି ଦିଆଯାଇଛି। ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିବା ସହିତ ବିଏମ୍ସିକୁ ଜବାବ ତଲବ କରିଛନ୍ତି।
ଆଜି କଙ୍ଗନା ମନାଲିରୁ ମୁମ୍ବାଇ ଆସୁଥିବା ବେଳେ ତା’ପୂର୍ବରୁ ତାଙ୍କ ଅଫିସ୍ର କିଛି ଅଂଶକୁ ଭାଙ୍ଗି ଦେଇଛି ବିଏମ୍ସି। ଏନେଇ ଟ୍ୱିଟ୍ କରି ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା। ଏପରିକି ସେ ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସହିତ ତୁଳନା କରିଛନ୍ତି। ଏହା ସହିତ ସେ ପୁଣି ଥରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିଛନ୍ତି।
ବିଏମ୍ସ୍ ସୂତ୍ରରୁ ସୂଚନା ମିଳିଛି ଯେ ଏନେଇ କଙ୍ଗନାଙ୍କୁ ଏକ ନୋଟିସ୍ ପଠାଯାଇଥିଲା ଓ ୨୪ ଘଣ୍ଟା ମଧ୍ୟରେ ଏହାର ଜବାବ ରଖିବାକୁ କୁହାଯାଇଥିଲା। କିନ୍ତୁ କିଛି ଜବାବ ଦାଖଲ କରାଯାଇନାହିଁ। ତାଙ୍କ ଅଫିସ୍ରେ ନିୟମ ଉଲ୍ଲଂଘନ କରାଯାଇ ଅନେକ ନିର୍ମାଣ କାର୍ଯ୍ୟ କରାଯାଇଛି। ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
The post କଙ୍ଗନାଙ୍କ ଅଫିସ୍ ଭଙ୍ଗା ଉପରେ କୋର୍ଟଙ୍କ ରହିତାଦେଶ, ବିଏମ୍ସିକୁ ଜବାବ ତଲବ appeared first on Odisha Reporter.
from Odisha Reporter https://ift.tt/2R80LYT
No comments:
Post a Comment