ଜୟାଙ୍କ ଉପରେ ବର୍ଷିଲେ ମୁକେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 17, 2020

ଜୟାଙ୍କ ଉପରେ ବର୍ଷିଲେ ମୁକେଶ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ନେଇ ଏବେ ବଲିଉଡ୍ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ବଲିଉଡ୍ ଭିତରେ ଭିନ୍ନ ମତ ପ୍ରକାଶ ପାଇଛି। ସୋମବାର ଲୋକସଭାରେ ଏ ପ୍ରସଙ୍ଗ ଉଠାଇ ଅଭିନେତା ତଥା ବିଜେପି ସାଂସଦ ରବି କିଶନ ବଲିଉଡ୍‌କୁ ନର୍ଦ୍ଦମା ବୋଲି କହିଥିଲେ। ଆଉ ତା’ପର ଦିନ ରାଜ୍ୟସଭାରେ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ ଏହି ମନ୍ତବ୍ୟକୁ କଡ଼ା ବିରୋଧ କରିବା ସହିତ କିଛି ଲୋକ ଯେଉଁ ଥାଳିରେ ଖାଉଛନ୍ତି, ସେଥିରେ ଛିଦ୍ର କରୁଛନ୍ତି ବୋଲି କହିଥିଲେ। ସେହିପରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ପୂରା ବଲିଉଡ୍‌କୁ ବଦନାମ କରିବା ଠିକ୍ ନୁହେଁ ବୋଲି କହିଥିଲେ।

ଜୟା ବଚ୍ଚନଙ୍କ ଏହି ମନ୍ତବ୍ୟ ପରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କୁ ସମାଲୋଚନା କରିଥିଲେ। ଏବେ ଏଥିରେ ଯୋଡ଼ି ହୋଇଯାଇଛନ୍ତି ଅଭିନେତା ମୁକେଶ ଖନ୍ନା। ଯେଉଁ ଥାଳିରେ ଖାଉଛନ୍ତି, ସେଥିରେ ଛିଦ୍ର କରୁଥିବା ନେଇ ଜୟାଙ୍କ ମନ୍ତବ୍ୟକୁ ସେ ନାପସନ୍ଦ କରିଛନ୍ତି। ଜୟାଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ସେ (ରବି କିଶନ) ଠିକ୍ କହିଲେ ନା ଭୁଲ୍ କହିଲେ, ତାହା ଆପଣ କହିପାରିବେ। ଆପଣ ଆମକୁ ଖାଇବାକୁ ଦେଉ ନାହାନ୍ତି। ସମସ୍ତେ କଠିନ ପରିଶ୍ରମ କରୁଛନ୍ତି।

ଏହା ପୂର୍ବରୁ ଜୟାଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ରଣବୀର ଶୋରେ ଯେଉଁ ଟ୍ୱିଟ୍ କରିଥିଲେ, ତାହା ନେପୋଟିଜମ୍‌କୁ ନେଇ ଚାଲିଥିବା ବିତର୍କରେ ଯୋଡ଼ି ହୋଇଯାଇଥିଲା।

ଏଥିରେ ସେ ଲେଖିଥିଲେ, ସେମାନେ ସେମାନଙ୍କ ଛୁଆଙ୍କ ପାଇଁ ଥାଳି ସଜାଇ ରଖନ୍ତି। ଆମ ଭଳି ଲୋକଙ୍କୁ କିଛି କିଛି ଖଣ୍ଡ ଫୋପାଡ଼ି ଦିଆଯାଏ। ଆମେ ଆମ ନିଜ ଟିଫିନ୍ ତିଆରି କରୁ ଓ କାମକୁ ଯାଉ। ଆମକୁ କେହି କିଛି ଦେଇ ନାହାନ୍ତି। ଆମ ପାଖରେ ଯାହା ଅଛି, ସେଗୁଡ଼ିକୁ ଏହି ଲୋକମାନେ ନେଇପାରିବେ ନାହିଁ। ଏମାନଙ୍କ ପକ୍ଷରେ ସମ୍ଭବ ହେଉଥିଲେ ସେଗୁଡ଼ିକୁ ମଧ୍ୟ ନେଇ ନିଜ ଛୁଆମାନଙ୍କୁ ଦେଇ ଦିଅନ୍ତେ। ଅନ୍ୟପକ୍ଷରେ ଜୟାଙ୍କ ମନ୍ତବ୍ୟକୁ ସମର୍ଥନ କରିଥିଲେ ଅଭିନେତ୍ରୀ ତଥା ସାଂସଦ ହେମା ମାଳିନୀ।

The post ଜୟାଙ୍କ ଉପରେ ବର୍ଷିଲେ ମୁକେଶ appeared first on Odisha Reporter.



from Odisha Reporter https://ift.tt/2HcpauF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages