ଆଜି ବାୟୁସେନାରେ ସାମିଲ ହେବ ରାଫେଲ୍, ହେବ ସର୍ବ ଧର୍ମ ପୂଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 9, 2020

ଆଜି ବାୟୁସେନାରେ ସାମିଲ ହେବ ରାଫେଲ୍, ହେବ ସର୍ବ ଧର୍ମ ପୂଜା

ନୂଆଦିଲ୍ଲୀ: ଆଜି ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେବ ଲଢୁଆ ଯୁଦ୍ଧ ବିମାନ ରାଫେଲ୍ । ଏହାପରେ ରାଫେଲ ବିମାନକୁ ପାରମ୍ପରିକ ଢ଼ଙ୍ଗରେ ୱାଟର କ୍ୟାନନ ଦ୍ୱାରା ସଲାମୀ ଦିଆଯିବ । ସମାରୋହ ସମାପ୍ତ ହେବା ପରେ ବାୟୁସେନାର ସପ୍ତଦଶ ସ୍କ୍ୱାର୍ଡ଼ନ  ଅର୍ଥାତ GOLDEN ARROWSରେ ସାମିଲ ହେବ ଏହି ଶକ୍ତିଶାଳୀ ଫାଇଟର ପ୍ଲେନ୍ ।

ଅମ୍ବାଲା ଏୟାରବେସ୍‌ରେ ଆଜି ସକାଳ ୧୦ଟା ବେଳେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଙ୍କ ସହ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।  ସିଡିଏସ୍ ବିପିନ ରାୱତ, ବାୟୁ ସେନା ମୁଖ୍ୟ ଆର୍କେଏସ୍ ଭଦୋରିଆ ,ପ୍ରତିରକ୍ଷା ସଚିବ ଅଜୟ କୁମାର୍, ଡିଆରଡିଓ ମୁଖ୍ୟ ଜି ସତୀଶ ରେଡ୍ଡୀଙ୍କ ସମେତ ବାୟୁ ସେନାର ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଫେଲ ବିମାନ  ଜୁଲାଇ ୨୭ ତାରିଖରେ ଫ୍ରାନ୍ସରୁ ଆସି ଅମ୍ବାଲାସ୍ଥିତ ବାୟୁସେନା ଘାଟିଠାରେ ପହଞ୍ଚିଥିଲା ।  ଆଜି  ନିୟମ ଅନୁସାରେ ସର୍ବ ଧମ ପୂଜା କରାଯିବ। ପରେ ଏହାକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁ ସେନାରେ ସାମିଲ କରାଯିବ ।  ଏହି ଅବସରରେ ରାଫେଲ ବିମାନ ବିଭିନ୍ନ ପ୍ରକାର ଉଡାଣ ପ୍ରଦର୍ଶନ କରିବ ।  ଏହାପରେ ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ ।

ଅକ୍ଟୋବରରେ ଭାରତକୁ ଆଉ ୩ରୁ ୪ଟି ରାଫେଲ୍ ଜେଟ୍ ମିଳିବ। ଏହାପରେ ଡିସେମ୍ବରରେ ତୃତୀୟ ପର୍ଯ୍ୟାୟରେ ଫ୍ରାନ୍ସରୁ ଭାରତକୁ ଆସିବ ରାଫଲ୍ । ଏହି ପରି ଭାବେ ଆସନ୍ତା ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସର ଦାସୋ କଂପାନୀ ମୋଟ୍ ୩୬ଟି ଫାଇଟର ଜେଟ୍ ଯୋଗାଇବ । ଏହି ଅତ୍ୟାଧୁନିକ ଫାଇଟର ଜେଟ୍ ବାୟୁସେନାର ଶକ୍ତି ଓ ପରାକ୍ରମକୁ ବହୁଗୁଣିତ କରିବ। ଏହି ୩୬ଟି ରେଫେଲ ଜେଟ୍ ଆଣିବାକୁ ୫୯ ହଜାର କୋଟି ଟଙ୍କାର ଚୁକ୍ତି ହୋଇଛି  ।

The post ଆଜି ବାୟୁସେନାରେ ସାମିଲ ହେବ ରାଫେଲ୍, ହେବ ସର୍ବ ଧର୍ମ ପୂଜା appeared first on Odisha Reporter.



from Odisha Reporter https://ift.tt/3magd4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages