ମା’ ଓ ଭାଇଙ୍କୁ ମନେ ପକାଇ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 19, 2020

ମା’ ଓ ଭାଇଙ୍କୁ ମନେ ପକାଇ…

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ମିତୁ ସିଂହ ଟ୍ୱିଟରରେ ଏକ ଚିତ୍ର ପୋଷ୍ଟ କରିଛନ୍ତି। ଏହି ଚିତ୍ରରେ ତାଙ୍କ ମା’ ଓ ଭାଇ ସୁଶାନ୍ତ ଅଛନ୍ତି।

ଏହି ଚିତ୍ରକୁ ପୋଷ୍ଟ୍ କରି ମିତୁ ସିଂହ ଲେଖିଛନ୍ତି, ମୋ ମା’ ମୋର ଶକ୍ତି ଥିଲେ। ମୋ ଭାଇ ମୋ ଗର୍ବ ଥିଲେ। ଉଭୟଙ୍କୁ ଖୁବ୍‌ଶୀଘ୍ର ହରାଇ ଦେଲି। ଏହି ଯନ୍ତ୍ରଣାକୁ ମୁଁ ଏଡ଼ାଇ ପାରୁନି।


ମିତୁ ସିଂହ ସୋଶାଲ୍ ମିଡିଆରେ ଏତେ ସକ୍ରିୟ ରହନ୍ତି ନାହିଁ। କିନ୍ତୁ ସୁଶାନ୍ତଙ୍କ ଅନ୍ୟ ଜଣେ ଭଉଣୀ ଶ୍ୱେତା ସିଂହ ଭାରି ଆକ୍ଟିଭ୍ ରହନ୍ତି। ସେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ତଥ୍ୟ ବା କଥା ନେଇ ବରାବର ପୋଷ୍ଟ କରନ୍ତି। ଅବଶ୍ୟ ଏବେ ସେ ସୋଶାଲ୍ ମିଡିଆରୁ ୧୦ ଦିନର ବିରତି ନେଇଛନ୍ତି। ସେ ଲେଖିଥିଲେ ଯେ ସୁଶାନ୍ତଙ୍କୁ ହରାଇବାର ଦୁଃଖ ମନରୁ ଯାଉ ନାହିଁ। ଏଣୁ ସେ ଏହି ୧୦ ଦିନ ଧ୍ୟାନ ଓ ପ୍ରାର୍ଥନା କରିବାରେ ବିତାଇବେ।

The post ମା’ ଓ ଭାଇଙ୍କୁ ମନେ ପକାଇ… appeared first on Odisha Reporter.



from Odisha Reporter https://ift.tt/3caU4Px

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages