ମୁମ୍ବାଇ: କଙ୍ଗନା ରାଣାୱତ୍ ଓ ବ୍ରିହାନ୍ମୁମ୍ବାଇ ମହାନଗର ନିଗମ (ବିଏମ୍ସି) ମଧ୍ୟରେ ଲଢ଼େଇ ଚାଲିଛି। ବିଏମ୍ସି କଙ୍ଗନାଙ୍କ ଅଫିସ୍ର କିଛି ଅଂଶକୁ ବେଆଇନ୍ କହି ଭାଙ୍ଗି ଦେବା ପରଠୁ ଆରମ୍ଭ ହୋଇଛି ଏହି ଲଢ଼େଇ। ମାମଲା ଏବେ ବମ୍ବେ ହାଇକୋର୍ଟରେ ଅଛି।
କଙ୍ଗନା ତାଙ୍କ ଅଫିସ୍ ଭଙ୍ଗାକୁ ବେଆଇନ୍ ଦର୍ଶାଇ ବିଏମ୍ସିକୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ବିଏମ୍ସି ଏନେଇ ସତ୍ୟପାଠ ଦାଖଲ କରିଛି। କଙ୍ଗନାଙ୍କ ଦାବି ସଂପୂର୍ଣ୍ଣ ମିଛ। ଓଲଟି ସେ ଜୋରିମାନା ଦେବା ଉଚିତ୍ ବୋଲି ବିଏମ୍ସି କୋର୍ଟଙ୍କୁ ଜଣାଇଛି।
କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିବା ପରେ ଶିବସେନା ତାଙ୍କ ଉପରେ ଖପ୍ପା ହୋଇଥିଲା। ଏନେଇ ଶିବସେନା ନେତା ସଞ୍ଜୟ ରାଉତ ଓ କଙ୍ଗନାଙ୍କ ମଧ୍ୟରେ ଟ୍ୱିଟ୍ରରେ ବାକ୍ ଯୁଦ୍ଧ ହୋଇଥିଲା। ଏହା ପରେ ଶିବସେନା ନେତୃତ୍ୱରେ ଥିବା ବିଏମ୍ସି କଙ୍ଗନାଙ୍କୁ ନୋଟିସ୍ ପଠାଇଥିଲା। ନିୟମ ଉଲ୍ଲଂଘନ କରି ତାଙ୍କ ଅଫିସ୍ରେ ଅନେକ ନିର୍ମାଣ କାର୍ଯ୍ୟ କରାଯାଇଛି ବୋଲି ବିଏମ୍ସି କହିବା ସହ ସେପ୍ଟେମ୍ବର ୯ ତାରିଖରେ ସେହିସବୁ ଅଂଶକୁ ଭାଙ୍ଗି ଦେଇଥିଲା।
ଏହା ପରେ କଙ୍ଗନା ବିଏମ୍ସି ଓ ମହାରାଷ୍ଟ୍ର ସରକାରଙ୍କ ଉପରେ ଜୋରଦାର ବର୍ଷି ଥିଲେ। ସେପ୍ଟେମ୍ବର ୯ରେ ଅଫିସ୍ର କିଛି ଅଂଶ ଭଙ୍ଗା ଯିବା ପରେ ହାଇକୋର୍ଟରୁ ରହିତାଦେଶ ଆସିଥିଲା। ସେପ୍ଟେମ୍ବର ୧୫ରେ କଙ୍ଗନାଙ୍କ ଓକିଲ ଆଉ ଏକ ଆବେଦନ କରି ବିଏମ୍ସି ୨ କୋଟି ଟଙ୍କା କ୍ଷତିପୂରଣ ଦେଉ ବୋଲି କହିଥିଲେ। ଅନ୍ୟପକ୍ଷରେ ଏହା ଉପରେ ସତ୍ୟପାଠ ଦାଖଲ କରି ବିଏମ୍ସି କହିଛି, କଙ୍ଗନାଙ୍କ ଏଭଳି ଆବେଦନ କରି ଆଇନର ଦୁରୁପଯୋଗ କରିଛନ୍ତି।
ସେପ୍ଟେମ୍ବର ୨୨ରେ କଙ୍ଗନାଙ୍କ ଏହି ଆବେଦନ ଉପରେ ଶୁଣାଣି ହେବ।
The post କଙ୍ଗନାଙ୍କୁ ଜବାବ ଦେଲା ବିଏମ୍ସି appeared first on Odisha Reporter.
from Odisha Reporter https://ift.tt/3ktSriK
No comments:
Post a Comment