ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଲା ରାଫେଲ ଯୁଗ । ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେଲା ଲଢୁଆ ଯୁଦ୍ଧ ବିମାନ ରାଫେଲ୍। ବାୟୁସେନାର ସେଭେଣ୍ଟିନ୍ ସ୍କ୍ୱାଡର୍ରନ୍ GOLDEN ARROWS ରେ ସାମିଲ ହେଲା ଏହି ଶକ୍ତିଶାଳୀ ଫାଇଟର ପ୍ଲେନ।
ଅମ୍ବାଲା ଏୟାରବେସ୍ରେ ଆଜି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଙ୍କ ସହ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସିଡିଏସ୍ ବିପିନ ରାୱତ, ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର୍କେଏସ୍ ଭଦୋରିଆ, ପ୍ରତିରକ୍ଷା ସଚିବ ଅଜୟ କୁମାର୍, ଡିଆରଡିଓ ମୁଖ୍ୟ ଜି ସତୀଶ ରେଡ୍ଡୀଙ୍କ ସମେତ ବାୟୁ ସେନାର ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
ପ୍ରଥମ ପର୍ଯାୟରେ ମିଳିଥିବା ୫ଟି ରାଫେଲ୍ ଜେଟ୍କୁ ସର୍ବ ଧର୍ମ ପୂଜା କରାଯିବ ପରେ ବିଧିବଦ୍ଧ ଭାବେ ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି। ଅକ୍ଟୋବରରେ ଭାରତକୁ ଆଉ ୩-୪ଟି ରାଫେଲ୍ ଜେଟ୍ ମିଳିବ। ଏହା ପରେ ଡିସେମ୍ବରରେ ତୃତୀୟ ପର୍ଯ୍ୟାୟରେ ମଧ୍ୟ ଫ୍ରାନ୍ସରୁ ଭାରତକୁ ରାଫେଲ୍ ଆସିବ ।
ଏହିପରି ଭାବେ ଆସନ୍ତା ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସର ଦାସୋ କଂପାନୀ ମୋଟ୍ ୩୬ଟି ଫାଇଟର ଜେଟ୍ ଯୋଗାଇବ । ଏହି ଅତ୍ୟାଧୁନିକ ଫାଇଟର ଜେଟ୍ ବାୟୁସେନାର ଶକ୍ତି ଓ ପରାକ୍ରମକୁ ବହୁଗୁଣିତ କରିବ । ଏହି ୩୬ଟି ରେଫେଲ ଜେଟ୍ ଆଣିବାକୁ ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଛି ଭାରତ ।
ଫାଇଟର ଜେଟ୍ ରାଫେଲ୍ର କ୍ଷମତା ବିଷୟରେ ଜାଣିବା ….
– ଦୁଇ ଇଞ୍ଜିନ ବିଶିଷ୍ଟ ଏହି ଫାଇଟର ଜେଟ୍ ଯେ କୌଣସି ସ୍ଥାନକୁ ଟାର୍ଗେଟ କରିପାରିବ।
– ଦୂରରେ ଥାଇ ଆକ୍ରମଣ କରିବାରେ ରାଫେଲ୍ ବେଶ୍ ଧୁରନ୍ଧର ।
– ଆକାଶରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ ।
– ୩୦୦ କିଲୋମିଟର ଦୂରରୁ ଲକ୍ଷ୍ୟକ୍ଷେଦ କରିପାରିବ ରାଫେଲ ।
– ୧୦୦ କିଲୋମିଟର ରେଞ୍ଜ ଭିତରେ ଶତ୍ରୁ ବିମାନକୁ ଟାର୍ଗେଟ୍ କରିପାରିବ ।
– ପାଇଲଟଙ୍କ ହେଲମେଟରେ ସାଇଟ ଓ ଟାର୍ଗେଟ ବ୍ୟବସ୍ଥା ଥିବାରୁ ତାହା ଲକ୍ଷ୍ୟ ଭେଦି ପାରିବ ।
– ରାଫେଲ୍ ଗୋଟିଏ ମିନିଟ୍ରେ ୬୦ ହଜାର ଫୁଟ୍ ଉଚ୍ଚକୁ ଉଡ଼ିପାରିବ ।
– ୨୪ ହଜାର ୫ଶହ କିଲୋର ଅସ୍ତ୍ରଶସ୍ତ୍ର ନେଇ ରାଫେଲ ଉଡ଼ିପାରିବ ।
– ରାଫେଲ୍ ଫାଇଟର ଜେଟ୍ର ପରମାଣୁ ନିକ୍ଷେପ କରିବାର କ୍ଷମତା ରହିଛି ।
– ଭାରତ ପାଇବାକୁ ଥିବା ୩୬ଟି ରାଫେଲ୍ ମଧ୍ୟରୁ ୧୮ଟି ଅମ୍ବାଲା ଏୟାର ବେସ୍ରେ ରହିବ ।
– ଅମ୍ବାଲାରେ ଥିବା ରାଫେଲ୍ ପାକିସ୍ତାନ ପାଇଁ ସର୍ବଦା ପ୍ରସ୍ତୁତ ରହିବେ ।
– ଅନ୍ୟ ୧୮ଟି ହସିମାରା ଏୟାର ବେସ୍ରେ ଚୀନ୍ ପାଇଁ ପ୍ରସ୍ତୁତ ରହିବ ।
The post ଆଜିଠୁ ଆରମ୍ଭ ହେଲା ରାଫେଲ ଯୁଗ appeared first on Odisha Reporter.
from Odisha Reporter https://ift.tt/33dX7Cq
No comments:
Post a Comment